
ଭଞ୍ଜନଗର ( ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ପୁରାତନ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗରରେ ଓଡିଶା ଶିକ୍ଷlସେବା ପଦୋନ୍ନତି ପାଇ ମଦନମୋହନ ରଥ ପ୍ରଧାନଶିକ୍ଷକ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି l ଏହି ଅବସରରେ ଶ୍ରୀଯୁକ୍ତ ରଥଙ୍କୁ ଓଡିଶା ମାଧ୍ୟମିକ ସ୍କୂଲ ଶିକ୍ଷକ ସଂଘ (ଓଷ୍ଟl)ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା, ଉମାକାନ୍ତ ନାହାକ, ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ୟାମା ପ୍ରସାଦ ମିଶ୍ର, ପ୍ରଶାନ୍ତ କୁମାର ପ୍ରଧାନ, ହେମନ୍ତ କୁମାର ତ୍ରିପାଠୀ, ପ୍ରଭାତ କୁମାର ପଟିଆ, ଅଭିରାମ ବେହେରା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି l ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଅବସରପ୍ରାପ୍ତ ସ୍କୂଲ ପରିଦର୍ଶକ ସୁବଳ ଚନ୍ଦ୍ର ଭୂୟାଁ ସ୍ୱାଗତ ସହ ଅଭିନନ୍ଦନ ଜଣାଇଛନ୍ତି l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମଧ୍ୟ ପ୍ରଧାନଶିକ୍ଷକଙ୍କୁ ସ୍ୱାଗତ ଜଣାଇଛନ୍ତି l ବହୁଦିନ ଧରି ଉକ୍ତ ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ରହିବା ପରେ ବର୍ତମାନ ପୂରଣ ହୋଇଥିବା ଯୋଗୁଁ ମାନ୍ୟବର ବିଧାୟକ ଓ ସରକାରଙ୍କୁ ସହରବାସୀ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି l