ଭଞ୍ଜନଗର ରେ ଲାଗିଲା ପାକିସ୍ତାନ ମୁର୍ଦାବାଦ ପତାକା

ଭଞ୍ଜନଗର,୦୪/୦୫: ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଜମ୍ମୁ କାଶ୍ମୀରର ପହଲଗାମ୍ ଠାରେ ଆତଙ୍କବାଦୀ ମାନେ ୨୬ ଜଣ ପର୍ଯ୍ୟଟକ ଏବଂ ଜଣେ ସଂପୃକ୍ତ ଅଞ୍ଚଳବାସୀଙ୍କୁ ୧୨ ଦିନ ପୂର୍ବେ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ପାକିସ୍ତାନ ଏବଂ ଆମ ଦେଶ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଛି। ଯୁଦ୍ଧ ହେଲା ଭଳି ବର୍ତ୍ତମାନ ପରିସ୍ଥିତି ଉପୁଜିଛି। ତେଣୁ ଆମର ସେନାବାହିନୀ ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଅଛି। ଏହିଭଳି ପରିସ୍ଥିତିରେ ଦେଶରେ ପାକିସ୍ତାନ ବିରୋଧି ଆନ୍ଦୋଳନ ଦିନକୁ ଦିନ ବଢୁଛି। ସବୁ ଧର୍ମର ଲୋକେ ଆତଙ୍କବାଦୀ ବିରୋଧରେ ଏକାଠି ହେଉଛନ୍ତି। ସରକାରଙ୍କ ସହ ମଧ୍ୟ ସବୁ ଦଳ ବର୍ତ୍ତମାନ ପରିସ୍ଥିତି ରେ ଏକାଠି ହୋଇଛନ୍ତି। ସହରଠୁ ଗାଁ ଚାରିଆଡ଼େ ପାକିସ୍ତାନ ବିରୋଧରେ ଆନ୍ଦୋଳନ ତେଜୁଥିବା ବେଳେ ରବିବାର ରାତିରେ ଗଞ୍ଜାମ ଜିଲା ଭଞ୍ଜନଗର ସହର ର ପ୍ରମୁଖ ରାସ୍ତା ଗୁଡ଼ିକରେ ପାକିସ୍ତାନ ଜାତୀୟ ପତାକାରେ ପାକିସ୍ତାନ ମୁର୍ଦାବାଦ ଲେଖାଯାଇ ତଳେ ମରାଯାଇଛି । ଉକ୍ତ ପତାକା ଉପରେ ଲୋକେ ଚାଲି ଚାଲି ଯାଉଛନ୍ତି। ଗାଡି ମଟର ମଧ୍ୟ ଯାଉଛି।

Leave a Reply

Your email address will not be published. Required fields are marked *