
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରଦେବି ମନ୍ଦିର ପାଖରେ ଶୁକ୍ରବାର ରାତିରେ ଗୋଟିଏ ବାଇକ୍ କୁ ଆଉ ଗୋଟିଏ ବାଇକ୍ ପଛ ଆଡୁ ଧକ୍କା ଲଗାଇଥିଲା। ଫଳରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ପ୍ରଥମ ବାଇକ୍ ରେ ଯାଉଥିବା ଗୋହିରିବାଡିର କିଶୋର ବିଷୋୟୀ ଏବଂ ରିନା ଘଡେ଼ଇ ଏବଂ ପଛ ବାଇକରେ ଯାଉଥିବା ଅନ୍ୟ ଜଣେ। ଆହତ ମାନଙ୍କୁ ଭଞ୍ଜନଗର ପୋଲିସ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛନ୍ତି । ଭଞ୍ଜନଗର ଥାନା ଏସଆଇ ଲକ୍ଷ୍ମୀଧର ମାହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।