ପୋଲସରା :ପୋଲସରା ର ନୂତନ ବିଇଓଙ୍କ ଦାୟିତ୍ଵ ଗ୍ରହଣ

ପୋଲସରା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲାର ପୋଲସରାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଶ୍ରୀହର୍ଷବାବୁ ଖାଡଙ୍ଗା ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବିଇଓ ଶ୍ରୀ ଖାଡଙ୍ଗା ଗଜପତି ଜିଲ୍ଲା ଗୁରୁଣ୍ଡି ସ୍ଥିତ ଏସ.କେ.ସି.ଜି. ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ପୋଲସରାର ପୂର୍ବତନ ବିଇଓ ପିଣ୍ଟୁ କୁମାର ପ୍ରଧାନଙ୍କ ବଦଳି ପରେ ସ୍ଥାନୀୟ ଗୋପବନ୍ଧୁ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡଙ୍ଗୀ ବିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇ ଆସୁଥିଲେ। ବିଇଓ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀ ଷଡ଼ଙ୍ଗୀଙ୍କ ଠାରୁ ମଇ ୯ ତାରିଖ ଦିନ ନୂତନ ବିଇଓ ଶ୍ରୀ ଖାଡଙ୍ଗା ଦାୟିତ୍ୱ ଗ୍ରହଣ କରିଥିଲେ। ନୂତନ ବିଇଓ ଶ୍ରୀ ଖାଡଙ୍ଗାଙ୍କୁ ଏ.ବି.ଇ.ଓ. ସ୍ଵରୂପ କୁମାର ପାତ୍ର ଓ ସୁବାସିନି ତ୍ରିପାଠୀ, ହାତୀଓଟ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ, ସେକ୍ସନ ଅଫିସର ଶ୍ରୀନିବାଶ ପଟ୍ଟନାୟକ, ହିସାବ ରକ୍ଷକ ଗଣେଶ ବାଡତ୍ୟା, ବି.ଆର.ଟି. କମଳୀନୀ ମହାପାତ୍ର, ଅଫିସର ଅନ୍ୟ କର୍ମଚାରୀ ବୃନ୍ଦ, ସିଆରସିସି ପ୍ରଭୃତି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ନୂତନ ବିଇଓ ଶ୍ରୀ ଖାଡଙ୍ଗା ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିବାସହ ପୋଲସରା ବ୍ଲକରେ ଶିକ୍ଷାର ଉନ୍ନତି ପାଇଁ ଚେଷ୍ଠା କରିବେବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *