ଦିଗପହଣ୍ଡି : ବେଆଇନ ଇଟାଭାଟି ଭାଙ୍ଗିଲେ ତହସିଲଦାର

ଦିଗପହଣ୍ଡି ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଦିଗପହଣ୍ଡି ତହସିଲ ଅଧିନସ୍ଥ ବାଙ୍ଗରଡ଼ା ରାଜସ୍ୱ ସର୍କଲ ଜଲମେରୀ ପଲ୍ଲୀ ଗ୍ରାମ ନିକଟରେ ଚାଲିଥିବା ବେଆଇନ ଇଟାଭାଟିକୁ ଆଜି ତହସିଲଦାର ସନ୍ତୋଷ କୁମାର ସାହୁ ଜେସିବି ମେସିନ ଲଗାଇ ଭାଙ୍ଗିଛନ୍ତି ।ସୂଚନା ପ୍ରକାରେ ସଂପୃକ୍ତ ଇଟାଭାଟିଟି ଦୀର୍ଘ ୧୦ବର୍ଷ ଧରି ବେଆଇନ ଭାବେ ଇଟା ପକାଉଥିଲେ। ଏପରିକି ଜିଲ୍ଲା ବାହାରରୁ ଶ୍ରମିକ ଆଣି ଏଠାରେ ବେଧଡ଼କ ଭାବେ ଇଟାଭାଟି କରି ଭଲ ମୁନାଫା ପାଉଥିଲେ କିନ୍ତୁ ସରକାର ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଥିଲେ।କେବଳ ଏହି ଗୋଟିଏ ଇଟାଭାଟି ନୁହେଁ। ଏହି ତହସିଲ ଅଧୀନରେ ବହୁ ସ୍ଥାନରେ ବେଆଇନ ଭାବେ ଇଟାଭାଟି ରହିଛି । ଚଳିତ ବର୍ଷ ଅନେକ ଭାଟି ମାଲିକଙ୍କୁ ତାଗିତ କରାଯାଇ ମୋଟା ଅଙ୍କର ଜରିମାନା କରାଯାଇଛି। ଏହି ବାହାର ଇଟାଭାଟି ଯୋଗୁଁ ପରିବେଶ ଦୂଷିତ ହେଉଛି। ଏଥିସହ ଏହି ଗ୍ରୀଷ୍ମଋତୁର ପ୍ରଚଣ୍ଡ ରୌଦ୍ର ସାଙ୍ଗକୁ ଇଟାଭାଟି ତାତି ଅସହ୍ୟ ହେଉଛି। ଆଗାମୀ ଦିନରେ ଆହୁରି ଅନେକ ବେଆଇନ ଇଟାଭାଟି ଉପରେ ଚଢ଼ାଉ ହେବ ବୋଲି ତହସିଲଦାର କହିଛନ୍ତି ।

Leave a Reply

Your email address will not be published. Required fields are marked *