ବୁଗୁଡ଼ା : ଘୁମୁସର ର ସ୍ବର ପକ୍ଷରୁ ୧୪୯ତମ ସାହିତ୍ୟ ଆଲୋଚନା ଚକ୍ର

ବୁଗୁଡ଼ା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ବର ପକ୍ଷରୁ ପବିତ୍ର ବୁଦ୍ଧ ପୁର୍ଣ୍ଣିମା ଅବସରରେ ୧୪୯ତମ ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର କାର୍ଯାଳୟ ଠାରେ ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ଅତିଥି ଭାବେ ସମାଜସେବୀ କିଶୋର ଜେନା, ରିଷିପୁର ହାଇସ୍କୁଲର ସହକାରୀ ଶିକ୍ଷକ ଅନୁପ ମହାନ୍ତି, ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, ଗୀତାଜ୍ଞାନ ବିତରକ ରାଜ ଗୋପାଳ ନାୟକ, ଖଲି ପରିଡ଼ା, କେ. ରାଘବ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ବୁଦ୍ଧ ଶାନ୍ତି ମୈତ୍ରୀର ପ୍ରତୀକ ସେହି ଦର୍ଶନରେ ଯୁବପିଢି ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ନିରଞ୍ଜନ ପାତ୍ର, ଧୋବାସାହୁ, ସଞ୍ଜୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କେ. ରାଘବ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *