ଆସିକା : ଡାଲା ଅଟୋ ଓଲଟି ; ୦୨ ମୃତ, ୧୪ ଗୁରୁତର

ଆସିକା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଆସିକା – ବାଲିପଦର ରାସ୍ତା ର କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ଡାଲା ଅଟୋ ଓଲଟି ଦୁଇ ମୃତ ୧୪ ଗୁରୁତର ହୋଇଛନ୍ତି l ମୃତକ ଦୁଇ ଜଣ ହେଲେ ଭେଟନଈ ଗ୍ରାମର ଗାୟତ୍ରୀ ଗୌଡ଼(୨୫) ଓ ସରୋଜିନୀ ସାହୁ(୫୦) ଏବଂ ଗୁରୁତର ମାନଙ୍କୁ ଆସିକା ମେଡିକେଲ ରେ ଭର୍ତି କରାଯାଇଛି। ସେମାଙ୍କ ମଧ୍ୟରୁ ୭ ଜଣ କୁ ବ୍ରହ୍ମପୁର ମେଡିକେଲ କୁ ରେଫର ହୋଇଛି। ଗୁରୁତର ମାନେ ହେଲେବର୍ଷା ଜେନା (୨୬),ସାହି ଜେନା (୦୪),ବାସନ୍ତୀ ଗୌଡ଼ (୨୮),ରେଣୁ ଗୌଡ଼,(୪୫) କବିତା ଗୌଡ଼(୩୪),ଶିବାନନ୍ଦ ଗୌଡ଼ (୧୨),ସାଗର ଗୌଡ଼ (୦୫),ଖୁସି ଗୌଡ଼ (୧୪)ପିଙ୍କି ସେଠି (୩୫),ରୋହନ ସେଠି (୦୬)ରାଧା ଗୌଡ଼, ପୂଜା ଗୌଡ଼, ଯମୁନା ସାହୁ, ଲତା ସେଠି,ମୋନାଲିଶା ସେଠି ବୋଲି କୁହାଯାଉଛି l ସୂଚନା ଅନୁସାରେ ସାନଖୋଲି ଗ୍ରାମକୁ ଯଜ୍ଞ ଦେଖିବାକୁ ଭେଟନଈ ଗ୍ରାମର ୧୬ ରୁ ଉର୍ଦ୍ଧ୍ବ ଲୋକ ଏକ ଡାଲା ଅଟୋରେ ଯାଇଥିଲେ। ଯଜ୍ଞ ଦେଖି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଅଟୋ ଗୋଟି ବଡଖୋଲି ଓ ଭେଟନଇ ମଝି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏହି ଦୁର୍ଘଟଣା ହୋଇଥିଲା ।ଦୁର୍ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ ଦେହ ଜବତ କରି ଅଧିକ ତଦନ୍ତ କରୁଛି। ମୃତ ଦୁଇ ଜଣଙ୍କୁ ଆସିକା ଡାକ୍ତର ଖାନା ରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l

Leave a Reply

Your email address will not be published. Required fields are marked *