
ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଂଙ୍ଗିନାଠୀ ଗ୍ରାମ ପଞ୍ଚାୟତର ସାରିଆପଲ୍ଲୀ ଗ୍ରାମରେ ଗତ ସୋମବାର ଦିନ ରାତ୍ର ୮ ଘଣ୍ଟ ସମୟରେ ଅପରେସନ ସିନ୍ଦୁର ପରାକ୍ରମ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମର ପ୍ରାରମ୍ଭରେ ଥିବା ହନୁମାନ ମନ୍ଦିରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧରେ ଭାରତର ବିଜୟ ଏବଂ ସହିଦ ହୋଇଥିବା ଭାରତୀୟ ସେନାର ଅମର ଆତ୍ମା ର ଶାନ୍ତି ନିମନ୍ତେ ମହାବୀର ଯୁବକ ସଂଘ ତରଫରୁ ଦୀପ ପ୍ରଜ୍ୱଳନ କରାଯାଇଥିଲା । ତାପରେ ହନୁମାନ ମନ୍ଦିର ରୁ ଯୁବକ ସଙ୍ଘର ସଦସ୍ୟମାନେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରା ବାହାରି, “ଭାରତ ମାତା କି ଜୟ”, “ସହିଦ ଯବାନ ଅମର ରହେ”, “ଜୟ ଯବାନ” ନାରା ଦେଇ ପୁରା ଗ୍ରାମ ପରିକ୍ରମା କରିଥିଲେ। ଶେଷରେ ଗ୍ରାମର ମଧ୍ୟ ବିନ୍ଦୁରେ ଥିବା ମା ବୃନ୍ଦାବତୀ ପୀଠରେ ଦୀପ ପ୍ରଜ୍ୱଳନ କରିବା ସହିତ ସହିଦ ଯବାନଙ୍କର ଅମର ଆତ୍ମା ର ଶାନ୍ତି ନିମନ୍ତେ ୨ ମିନଟର ନିରବ ପ୍ରାର୍ଥନା କରାଯିବା ସହିତ ଜାତୀୟ ସଂଗୀତ ଗାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ମୁଖ୍ୟତଃ ଅଭିମନ୍ୟୁ ରାଉତ, ଭାବଗ୍ରାହୀ ପ୍ରଧାନ, ସଞ୍ଜୟ ରାଉତ, ସୁରେନ୍ଦ୍ର ଜେନା, ସୁଶାନ୍ତ ମହାନ୍ତି, ରାଜେନ୍ଦ୍ର ରାଉତ, ଗୌରୀ ଶଙ୍କର ପ୍ରଧାନ, ବଳରାମ ମହାନ୍ତି, ସୁରଜ ପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।