
ଛତ୍ରପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜ଼ିଲ୍ଲା ର ରମ୍ଭା ଥାନା ପୋଲିସ ପକ୍ଷରୁ ବଡ଼ ଧରଣର ଗୋଡେଇ ଗୋଡେଇ ଚଢ଼ାଉ ବେଳେ ପାଲୁର ଗଡ଼, ଗଜପତି ନଗର, ପ୍ରୟlଗୀ , ଅରୁଣ ପୁର, ବାହାଡ଼ା ପଲ୍ଲୀ, ଓ ଜାତୀୟ ରାଜ ପଥ ଆଦି ସ୍ଥାନ ରେ ଚଢ଼ାଉ କରାଯାଇଛି । ଚଢାଉ ବେଳେ ବିପୁଳ ମଦ ଜବତ କରାଯିବା ସହ ପାଞ୍ଚ ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇଛି ।ଗିରଫ ମାନେ ହେଲେ ବଡ ରାମ ପଲ୍ଲୀ ପୁର୍ବତନ ସରପଞ୍ଚ ବଳରାମ ସାହୁ, ବାହାଡ଼ା ପଲ୍ଲୀ ଗ୍ରାମ ର କୃଷ୍ଣ ନାୟକ, ପାଲୁର୍ ଗଡ ର ଧନୁ ଦାଶ, ସାଗର ବେହେରl, ବାବୁ ବେହେରl, ମନୋଜ ବେହେରl, ଗିରଫ ହୋଇଛନ୍ତି । ଏହି ଚଢାଉ ବେଳେ ୫୬୦ ଲିଟର ଦେଶୀ ମଦ ସହିତ ବିଦେଶୀ ମଦ ରନ୍ଧା ମଦ ଜବତ କରା ଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବା ବେଳେ ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରମ୍ଭା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ ସମସ୍ତ ବେଆଇନ ମଦ ବେପାରୀ ଙ୍କୁ ଗୋଡ଼ାଇ ଗୋଡ଼ାଇ ଗିରଫ କରା ଯିବ ବୋଲି ଥାନା ଅଧିକାରୀ କହିଛନ୍ତି l ତାହା ସହିତ ସାଧାରଣ ଲୋକ ବିଷାକ୍ତ ମଦ ପ୍ରତି ଦୂରେଇ ରହିବାକୁ ରମ୍ଭା ପୋଲିସ୍ ବାର୍ତ୍ତା ଦେଇଛନ୍ତି ।