କୋଚିଲାନୂଆଗାଁରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଚୌଦ୍ୱାର (ଶିବବ୍ରତ ଦାସ )- ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଟାଙ୍ଗି ଚୌଦ୍ୱାର ଅଂଚଳର ମଙ୍ଗରାଜପୁର ଗ୍ରା.ପ ସ୍ଥିତ କୋଚିଲାନୂଆଗାଁ ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମଟିକୁ ଇମ୍ଫାର ପାୱାର ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଶ୍ରୀ ଲଲାଟ କିଶୋର ମହାପାତ୍ର ଓ ସ୍ଥାନୀୟ ସରପଞ୍ଚ ଶ୍ରୀ ଦେବେନ୍ଦ୍ରନାଥ ପାଣ୍ଡବ ଉଦଘାଟନ କରିବା ସମୟରେ ସମିତି ସଭ୍ୟା ଶ୍ରୀମତୀ ମମତା ସାମାଡ଼, ସମାଜସେବୀ ଶ୍ରୀ ରବୀନ୍ଦ୍ର ରାଉତ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୋପୀନାଥ ପ୍ରଧାନ, ଇମ୍ଫାର ଅଧିକାରୀ ମଧ୍ୟରେ ନିରଞ୍ଜନ ସାହୁ, ସଂଜୀବ ପୁରୋହିତ, ସୁଦୀପ୍ତ ମହାନ୍ତି, ଅଭିଷେକ ଘୋଷ ଆଦି ଉପସ୍ଥିତ ଥିଲେ। ଅବିଜ୍ଞ ୬ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଭେଷଜ, ସ୍ତ୍ରୀ ଓ ପ୍ରସୂତୀ, ଦନ୍ତ ଓ ଶିଶୁ ବିଭାଗର ସାହାଯ୍ୟରେ ୨୦୦ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନକରାଯାଇଥିଲା। ଡାକ୍ତର ମାନଙ୍କ ମଧ୍ୟରେ ଡଃ ସବ୍ୟସାଚୀ ମହାପାତ୍ର, ଡଃ ବରୁଣ ଅଗ୍ରୱାଲା, ଡଃ ସୁବିମଲ ଦାସ, ଡଃ ହିମାଂଶୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ କୋଚିଲାନୂଆଗାଁ, ମଙ୍ଗରାଜପୁର, ବେରେଣା, ଆମ୍ବିଲିଝାରି ଓ ରାମଚନ୍ଦ୍ରପୁର ଅଂଚଳର ସ୍ଥାନୀୟ ବାସିନ୍ଦା ମାନେ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନରୁ ସ୍ଥିତପ୍ରଜ୍ଞ ଦାସ ଓ ବିଶ୍ୱଜିତ ମିଶ୍ର ଏବଂ ଇମ୍ଫାରୁ ସ୍ବେଚ୍ଛାକୃତ ଭାବେ ୧୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିବା ବେଳେ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।