ସୋରଡ଼ା : ବିଦେଶୀ ମଦ ଓ ମହୁଲ ଜବତ,ଦୁଇ ଗିରଫ

ସୋରଡ଼ା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ଥାନାକୁ ମିଳିଛି ବଡ଼ ସଫଳତା।ପୃଥକ ସ୍ଥାନରେ ଚଢ଼ାଉ ବିଫୁଳ ପରିମାଣର ମହୁଲ ଓ ବିଦେଶୀ ମଦ ଜବତ। ଦୁଇ ଜଣ ଗିରଫ। ବଡ଼ଗଡ଼ ଥାନା ଅଧୀନ ଗୌଡ଼ଗୋଠ ଗ୍ରାମରେ ବେଆଇନ ମହୁଲ ଗୋଦାମ ଉପରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହିତ ୧୨ କୁଇଣ୍ଟାଲ ମହୁଲ ଜବତ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ ଗୌଡ଼ଗୋଠ ଗ୍ରାମର ଶିଶିରକାନ୍ତ ସୁବୁଦ୍ଧି। ସେ କିଛି ବର୍ଷ ହେଲା ବେଆଇନ ଭାବେ ମହୁଲ ବ୍ୟବସାୟ କରିଆସୁଥିଲେ। ଆଦିବାସି ଙ୍କ ଠାରୁ କମ ଦରରେ ମହୁଲ କିଣି ଚଢ଼ା ଦରରେ ରନ୍ଧା ମଦ ବ୍ୟବସାୟିଙ୍କୁ ବିକ୍ରି କରୁଥିଲେ। ମହୁଲ ବିକ୍ରି କରିବା ଦ୍ୱାରା ରନ୍ଧା ମଦ ବିକ୍ରି ସମ୍ପୃକ୍ତ ଅଂଚଳରେ ବ୍ୟାପକ ପରିମାଣରେ ବଢିଥିଲା। ଯାହାକି ଅବକାରୀ ବିଭାଗକୁ ବଡ଼ ଚିନ୍ତା ଘାରିଥିଲା।ବିଶେଷ ସୂତ୍ରରୁ ଖବର ପାଇ ସୋରଡ଼ା ଅବକାରୀ ଟିମ ଆଜି ସକାଳେ ପହଞ୍ଚି ମହୁଲ ଗୋଦାମ ଉପରେ ଚଢ଼ାଉ କରିଥିଲା ଓ ମହୁଲ ବ୍ୟବସାୟିଙ୍କୁ ଗିରଫ କରିଥିଲା।ଜବତ ମହୁଲର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହବ ବୋଲି ଅନୁମାନ କରାଯାଇଛି।ସେହିଭଳି ସୋରଡ଼ା ସହରରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରାଯାଉଥିବା ଖବର ପାଇ ସୋରଡ଼ା ଅବକାରୀ ଟିମ ଚଢ଼ାଉ କରିଥିଲା।୩୮ ଲିଟର ବିଅର ଜବତ କରିବା ସହ ବ୍ୟବସାୟୀ ଶିବରାମ ପଣ୍ଡାଙ୍କୁ ଗିରଫ କରିଛି।ଉଭୟ ସ୍ଥାନରେ ଚଢ଼ାଉ ବେଳେ ଛତ୍ରପୁର ମୋବାଇଲ ଟିମ ଇନ୍ସପେକ୍ଟର ଅଂଶୁମାନ ଜେନା,ସୋରଡ଼ା ଅବକାରୀ ନିରୀକ୍ଷକ ଦେବସ୍ମିତା ନାୟକ, ଅତିରିକ୍ତ ଉପନିରୀକ୍ଷକ ସୁରେନ୍ଦ୍ର ପଣ୍ଡା, ଟିମ ଲିଡର ଜି. ଭିମା ଚଢ଼ାଉରେ ସାମିଲ ହୋଇଥିବା ଆସ୍କା ଅବକାରୀ ନିରୀକ୍ଷକ ଡମ୍ବୁରଧର ହରିଜନ ସୂଚନା ଦେଇଛ ନ୍ତି।

Leave a Reply

Your email address will not be published. Required fields are marked *