
ଦିଗପହଣ୍ଡି ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ର ସମସ୍ତ ଅଂଚଳରେ ଆଜି ବର୍ଷା ସହ ପବନ ହୋଇଥିବାର ଖବର ମିଳିଛି । ତେବେ ଦିଗପହଣ୍ଡି ଅଂଚଳରେ କାଳ ବୈଶାଖୀର ପ୍ରଭାବ ଯୋରଦାର ପଡିଥିବା ଖବର ମିଳିଥିବା ବେଳେ ସହରର ଫୁଲସୁନ୍ଦରି ସାହିରେ ବାସ କରୁଥିବା ନରସିଂହ ବେହେରାଙ୍କ ଛପର ଉଡାଇ ନେଇଯାଇଥିବାର ଖବର ମିଳିଛି । ଏହା ଆଜି ଦିନ ଚାରିଘଣ୍ଟ ସମୟରେ ଘଟିଥିବାର ସୂଚନା ମିଳିଛି ।