ବେଲଗୁଣ୍ଠା: ମା ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ମହିଳାମାନଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ

ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ସମ୍ପ୍ରତି ମା ବ୍ରାହ୍ମଣ ଦେବୀଙ୍କ ଦ୍ଵିବାର୍ଷିକ ଯାତ୍ରା ମହୋତ୍ସବ ଜାରୀ ରହିଥିବା ବେଳେ ସୋମବାର ଦିନ ସାବିତ୍ରୀ ବ୍ରତ ଯୋଗୁଁ ଅଞ୍ଚଳର ଶତାଧିକ ମହିଳା  ମହାମାୟୀଙ୍କ ଅସ୍ଥାୟୀ ପୀଠରେ ସାବିତ୍ରୀ ବ୍ରତ ବା ଓଷା ପାଳନ କରିଛନ୍ତି । ସାବିତ୍ରୀ ଅମାବାସ୍ୟା ଅବସରରେ ଅସ୍ଥାୟୀ ପୀଠରେ ସ୍ୱତନ୍ତ୍ର ପୂଜା ବ୍ୟବସ୍ଥା ହୋଇଥିବା ବେଳେ ଆଖ ପାଖ ଅଞ୍ଚଳର ଶତାଧିକ ମହିଳା ପୂଜାର୍ଚ୍ଚନା ସାମଗ୍ରୀ ସହ ଧୂପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। ନିଜ ସ୍ୱାମୀଙ୍କର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ମହିଳା ମାନେ ମହାମାୟୀଙ୍କ  କୃପା ଭିକ୍ଷା କରିଥିଲେ । ପଣ୍ଡିତ ନୀଳମାଧଵ ପତି ଓ ଅନ୍ୟମାନେ ସାବିତ୍ରୀ ପୁରାଣ ପାଠ କରିବା ସହ ବିଭିନ୍ନ ମନ୍ତ୍ର ଉଚ୍ଚାରଣ ରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପୂଜାର୍ଚ୍ଚନା କାର୍ଯ୍ୟରେ ଦେବରାଜ ବେହେରା,ପ୍ରଶାନ୍ତ କୁମାର ପତି ଓ ସାଇପ୍ରସାଦ ପତି ପ୍ରମୁଖ ସହଯୋଗ କରିଥିଲେ । ମାଙ୍କ ନିକଟରେ ବିଭିନ୍ନ ଫଳର ଅମବାସ୍ୟା ଭାର ଦେଖିବାକୁ ମିଳିଥିଲା । ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ମାଙ୍କୁ ଅମବାସ୍ୟା ଭାର ଦିଆଯାଇଥିବା ଜଣାପଡ଼ିଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୋଳିସାହି କମିଟି ସଭାପତି ଲୋକନାଥ ପାତ୍ର, ସମ୍ପାଦକ ବିଭୁତି ପାତ୍ର, ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, କମିଟି ସଭ୍ୟ ରଜନୀ ମହାପାତ୍ର, ସଦାଶିବ ପଶନିଗ୍ରହୀ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *