ଭଞ୍ଜନଗର ରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସମୀକ୍ଷା

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ରୁପା ରୋଶନ ସାହୁ ବୁଧବାର ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗ ସମେତ ଅନ୍ୟ ବିଭାଗର ସମିକ୍ଷା କରିଛନ୍ତି। ଶ୍ରୀମତୀ ସାହୁ ପ୍ରଥମେ ଭଞ୍ଜନଗର ତହସିଲକୁ ଯାଇ ବିଭାଗୀୟ ସମୀକ୍ଷା କରିଥିଲେ। ବିଶେଷକରି ସରକାରଙ୍କ ଦ୍ଵିତୀୟ ଖାନ ସଂଶୋଧନ,ବସୁନ୍ଧରା ଯୋଜନା, ନୂତନ ରାଜସ୍ଵ ଗ୍ରାମ ଗଠନ,ବିଦ୍ୟାଳୟ ଓ ମହାବିଦ୍ୟାଳୟର ଜମି ପଟ୍ଟା ବାବଦରେ ଶ୍ରୀମତୀ ସାହୁ ସମୀକ୍ଷା କରିଥିଲେ।ପରେ ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ଅଗ୍ରଗତି ଓ ସରକାରୀ ଯୋଜନା ବାବଦରେ ଶ୍ରୀମତୀ ସାହୁ ସମିକ୍ଷା କରିଥିଲେ। ଏହି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା,ଭଞ୍ଜନଗର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଭାରପ୍ରାପ୍ତ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢୀ, ଭାରପ୍ରାପ୍ତ ତହସିଲଦାର ଅବିନାଶ କୁମାର ମାହାର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *