ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ; ନବ ନିଯୁକ୍ତ ପଦାଧିକାରୀଙ୍କ ନାମ ଘୋଷଣା

ଭୁବନେଶ୍ୱର : ଆଜି ତା ୩୧.୦୫.୨୦୨୫ ରିଖ, ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଉତ୍ତର ବିଧାନସଭା ରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଲୋହିଆ ଏକାଡେମୀ ଠାରେ ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ll ଏହି ସମ୍ମିଳନୀରେ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍ ଯୋଗଦେଇ ଉତ୍ତର ଭୁବନେଶ୍ଵରର ସଂଗଠନକୁ ମଜବୁତ୍ କରିବା ନିମନ୍ତେ କାର୍ଯ୍ୟକର୍ତ୍ତାଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ଏହି ସମ୍ମିଳନୀରେ ଆପ୍ ଭୁବନେଶ୍ୱର ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ଶୈଳେନ୍ଦ୍ର କୁମାର ସ୍ବାଇଁ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଉତ୍ତର ଭୁବନେଶ୍ୱର ସଭାପତି ଶ୍ରୀ ଜୟରାମ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ସଭାପତି ଶ୍ରୀ ରୁଚିରୁଦ୍ର ରଥ,ରାଜ୍ୟ ମିଡ଼ିଆ ପ୍ରଭାରୀ ଶ୍ରୀ ଅମିୟ ଶର୍ମା, ମୁଖ୍ୟ ପ୍ରବକ୍ତା ଶ୍ରୀ ଲଳିତ ମୋହନ ଦାସ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସୁନୀଲ ଷଡ଼ଙ୍ଗୀ, ଶ୍ରୀ ବିଭୂତି ଭୂଷଣ ସ୍ୱାଇଁ, ଉତ୍ତର ଭୁବନେଶ୍ୱର ସମ୍ପାଦକ ଶ୍ରୀ ସୁପ୍ରାଜ୍ ଦିଗଲ, ଶ୍ରୀମତୀ ଦୀପ୍ତି ମଞ୍ଜରୀ ନାୟକ, ଶ୍ରୀ ଲଲାଟ କିଶୋର ଜେନା ମଞ୍ଚରେ ଅଭିଭାଷଣ ପ୍ରଦାନ କରି ଆଗାମୀ ଦିନରେ ଭୁବନେଶ୍ୱର ଉତ୍ତର ବିଧାନସଭାରେ ସଂଗଠନକୁ ମଜବୁତ୍ କରିବା ଦିଗରେ ଗୁରୁତ୍ବ ଆରୋପ କରିଥିଲେ। ଏହି ସମ୍ମିଳନୀରେ ଶତାଧିକ ମହିଳା ଓ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଭା କାର୍ଯ୍ୟକୁ ସଫଳକାମୀ କରାଇଥିଲେ। ଇତ୍ୟବସରରେ ଭୁବନେଶ୍ୱର ଉତ୍ତର ସଂଗଠନର ନବ ନିଯୁକ୍ତ ପଦାଧିକାରୀଙ୍କର ନାମ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *