ଭଞ୍ଜନଗର : ଇଣ୍ଡୋର ଷ୍ଟାଡିଅମ ରେ ସମର କ୍ୟାମ୍ପ ଉଦଯାପିତ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଭଞ୍ଜନଗର ସହରରେ ଥିବା ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ପ୍ରାୟ ଏକ ମାସ ହେଲା ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡ୍ମିଣ୍ଟନ୍ ଶିବିର ଉଦ୍ଯାପିତ ହୋଇଛି। ଗତ ଏପ୍ରିଲ ୨୫ରୁ ଆରମ୍ଭ ହୋଇ ୧୧ ମେ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଶିବିର ମେ ମାସ ୧୫ ତାରୁଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି। ଏହି ଶିବିରରେ ୮ ବର୍ଷରୁ ୧୬ ବର୍ଷର ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷକ ବିଶ୍ବ ମୋହନ ଆଚାରୀ ପିଲାଙ୍କୁ ଏନେଇ ତାଲିମ ପ୍ରଦାନ କରିଥିଲେ। ଉତ୍ତମ କ୍ରୀଡା ପ୍ରଦର୍ଶନ ସହ ଭଲ ପ୍ରଶିକ୍ଷାର୍ଥିଙ୍କୁ ସ୍ବତନ୍ତ୍ର ଭାବେ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ସେନା ଅଧିକାରୀ କ୍ୟାପ୍ଟେନ୍ ମହେନ୍ଦ୍ର ସ୍ବାଇଁ,ରୋଟାରିଆନ ଶ୍ରୀନିବାସ ସୁବୁଦ୍ଧି,ବିପଦର ବନ୍ଧୁ ଉପଦେଷ୍ଟା କେ.ଶଙ୍କର ନାରାୟଣ ପାତ୍ର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସାମରିକ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅତିଥି ମାନେ କହିଥିଲେ। ବିଶ୍ୱ ତମ୍ବାଖୁ ଦିବସ ଥିବା ଯୋଗୁଁ ତମ୍ବାଖୁ ସେବନ କ୍ଷତିକାରକ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦିଆଯାଇଥିଲା। ଏହାକୁ ସ୍ବେଚ୍ଛାସେବୀ ଅରକ୍ଷିତ ପରିଚ୍ଛା ପରିଚାଳନା କରିଥିଲେ। ଏହି ଶିବିରରେ ବହୁ ସଂଖ୍ୟାରେ ପିଲା ଓ ଅବିଭାବକ ମାନେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *