ଭଞ୍ଜନଗର : ସିଆର ସିସି ମାନଙ୍କ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍

ଭଂଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରବିବାର ଦିନ ଜଗନ୍ନାଥ ପ୍ରସାଦ ବ୍ଲକ୍ ଏଵଂ ଭଞ୍ଜନଗର ବ୍ଲକ ର ସି.ଆର.ସି.ସି. ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଡିଆ, ଭଞ୍ଜନଗର ଠାରେ ଆୟୋଜିତ ହୋଇଥିଲା। ଜଗନ୍ନାଥ ପ୍ରସାଦ ବ୍ଲକ ତରଫରୁ କ୍ୟାପଟେନ ଶୁଭେନ୍ଦୁ କୁମାର ଗୌଡ଼ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ। ନିର୍ଦ୍ଧାରିତ ୧୨ ଓଭର୍ ରେ ମୋଟ ୯୬ ରନ୍ ସଂଗ୍ରହ କରିଥିଲେ ଜଗନ୍ନାଥ ପ୍ରସାଦ ଟିମ୍। ୨ୟ ରେ ବ୍ୟାଟିଂ କରିବାକୁ ଆସିଥିବା ଭଞ୍ଜନଗର ବ୍ଲକ ଟିମ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ଦ୍ରୁତ ୱିକେଟ ପତନ ଯୋଗୁଁ ୮୦ ରନ୍ ମଧ୍ୟରେ ସୀମିତ ରହିଯାଇଥିଲେ। ଜଗନ୍ନାଥ ପ୍ରସାଦ ବ୍ଲକ ତରଫରୁ ଶୁଭେନ୍ଦୁ, ଲକ୍ଷ୍ମୀନାରାୟଣ, ପୁରୁଷୋତ୍ତମ,ଜିତେନ୍ଦ୍ର, ଶଶାଙ୍କ,ମାଧବ, ସରୋଜ,ମନୁ,ମାନସ, ବାଳକୃଷ୍ଣ,ମୃତ୍ୟୁଞ୍ଜୟ,ସୁଶାନ୍ତ,ଶ୍ରୀକାନ୍ତ ଯୋଗ ଦେଇଥିବା ବେଳେ ଭଞ୍ଜନଗର ତରଫରୁ ଅବିନାଶ,ସୁଜିତ୍, ମୋହନ,ମନୋଜ, କାଳୀଚରଣ, ଦ୍ୟୁତିକୃଷ୍ଣ, ସୁଶାନ୍ତ,ଅଜିତ,ସୁରେନ୍ଦ୍ର,ବୈରାଗୀ,ଭାଗ ନେଇଥିଲେ।ମ୍ୟାଚ୍ ଶେଷରେ ଉଭୟ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *