
ସୋରଡ଼ା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶାଟୁଡେ): ସୋମବାର ସୋରଡ଼ା ର ପୂର୍ବତନ ବିଜେଡି ବିଧାୟକ ପୂର୍ଣଚନ୍ଦ୍ର ସ୍ଵାଇଁ ସୋରଡା ବ୍ଲକ ଅଫିସ କୁ ବହୁ କର୍ମୀ ଙ୍କୁ ଧରି ଆସି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ସୋରଡା ବ୍ଲକ ର ଗୌଡଗୋଠ ପଞ୍ଚାୟତ ର କୁରୁବନ୍ଧା ଠାରୁ ଗୁଞ୍ଜୁଳି ରାସ୍ତା ରେ ଓ ଅମ୍ବୃତୁଳୁ ପଞ୍ଚାୟତ ରେ କଲ୍ଯାଣୀ ମଣ୍ଡପ ର ବିଲ କିପରି ବ୍ଲକ ଚେୟାରମେନ ଙ୍କ ଅଜାଣତ ରେ ବିଲ ହୋଇଛି ତାହାର ତଦନ୍ତ କରିବାକୁ ଆସିଥିଲେ । ଏବଂ ତାଙ୍କ ସହିତ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ,ଜିଲ୍ଲା ପରିଷଦ ଚେୟାରମେନ ଅଞ୍ଜଳି ସ୍ଵାଇଁ ଓ ବହୁ ନେତା ଉପସ୍ଥିତ ରହିଥିଲେ । ଏହି ଅଭିଯୋଗ କୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର ଖଣ୍ଡନ କରିଛନ୍ତି । ଯଦି ଏହା ଜାଲ ଦସ୍ତଖତ ରେ ଟଙ୍କା ଉଠିଥିବ ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏହା ସହିତ ବିଡ଼ିଓ କହିଛନ୍ତି ଅଧିକାଂଶ ସମୟରେ ବ୍ଲକ ଚେୟାରମେନ ଅନୁପସ୍ଥିତ ରହୁଛନ୍ତି । ତାଙ୍କରି ଅନୁପସ୍ଥିତ ରେ ଜଣେ ବ୍ୟକ୍ତି ଫାଇଲ ନେଉଥିଲେ ସେ କିଛି କରିଥାଇ ପାରନ୍ତି ବୋଲି କହିଛନ୍ତି ଗୋଷ୍ଠି ଉନ୍ନୟନ ଅଧିକାରୀ । ଏବଂ ଅଧିକାଂଶ ସମୟରେ ମାସ ମାସ ଧରି ଚେୟାରମେନ ବ୍ଲକ କୁ ଆସୁନାହାନ୍ତି ଯାହା ଫଳରେ କାମର ଟଙ୍କା ହିତାଧିକାରୀ ଙ୍କୁ ଦେବା କଷ୍ଟ ହେଉଛି । ଗଞ୍ଜାମ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ରିପୋର୍ଟ ଓଡିଶା ଟୁଡ଼େ ।