ଭଞ୍ଜନଗର : ରାଜ୍ୟସ୍ତରରେ ପ୍ରଥମ ଭଞ୍ଜନଗର ଛାତ୍ରୀ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମତିଥି ପାଳନ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ମହାବିଦ୍ୟାଳୟ ସ୍ତରରେ ଆୟୋଜନ କରାଯାଇଥିଲା। ବକ୍ତୃତାର ବିଷୟ ବସ୍ତୁ ଥିଲା “ସାମ୍ପ୍ରତିକ ପରିସ୍ଥିତି ରେ ଅହଲ୍ୟା ବାଇ ହୋଲ୍କରଙ୍କ ମୂଲ୍ୟବୋଧକୁ ନେଇ ସୁଶାସନ”! ଗତ ୨୯ ତାରିଖରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତା ରେ ୧୮ଜଣ ପ୍ରତିଯୋଗୀ ମଧ୍ୟରୁ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ରାଜନୀତି ବିଭାଗର ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ବରାଡ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ। ସୂଚନା ଭବନରେ ଅହଲ୍ୟା ବାଇ ହୋଲକରଙ୍କ ୩୦୦ ତମ ଜନ୍ମତିଥି ଅବସରରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ବକ୍ତୃତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ମାନିତ କରିଥଲେ। ମଞ୍ଚରେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ। ସାବିତ୍ରୀ ମହିଳା ମହବିଦ୍ୟାଳୟ ଛାତ୍ରୀ ପ୍ରିୟଙ୍କା ବରାଡ ନିଜର, ପିତାମାତାଙ୍କ ଓ ମହାବିଦ୍ୟାଳୟର ଗର୍ବ ଗୌରବ ବଢ଼େଇଥିବାରୁ ଅଧ୍ୟକ୍ଷ ଡ଼ ସୁଶାନ୍ତ କୁମାର ମଲ୍ଲିକ ପ୍ରିୟଙ୍କାଙ୍କୁ ଅନେକ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *