
ଚୌଦ୍ୱାର(ଶିବବ୍ରତ ଦାସ ) : ଚୌଦ୍ୱାର ଜେଲରୁ ଫେରାର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀଙ୍କୁ ସୁରକ୍ଷା ଦୃଷ୍ଟିରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଚୌଦ୍ଵାର ଜେଲ ପକ୍ଷରୁ କୋର୍ଟ ରେ ଆବେଦନ କରାଯାଇଥିଲା । କୋର୍ଟ ମଞ୍ଜୁରୀ ପରେ ଆଜି ସକାଳେ କଡ଼ା ସୁରକ୍ଷା ବଳୟରେ ଚୌଦ୍ଵାର ଜେଲ ରୁ ବ୍ରହ୍ମପୁର ଜେଲ ଅଭିମୁଖେ ରାଜା କୁ ନିଆଯାଇଥିବାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଗତ ବର୍ଷ ଅକ୍ଟୋବର ୩ ତାରିଖରେ ପାଣିକୋଇଲି ର ଏକ ଗହଣା ଦୋକାନ ଲୁଟ ଓ ହତ୍ୟା ମାମଲାରେ ଚୌଦ୍ଵାର ଜେଲରେ ଥିବା ରାଜା ଓ ମଧୁକାନ୍ତ ପାଚେରୀ ଡେଇଁ ଫେରାର ହୋଇ ଯାଇଥିଲେ । ପରବର୍ତ୍ତୀ ସମୟରେ ପ୍ରଥମେ ମଧୁକାନ୍ତ ପରେ ରାଜା କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲେ । ରାଜା ଜେଲ ରୁ ଫେରାର ହେବା ପରେ ବିଭିନ୍ନ ରାଜ୍ୟରେ ଡକାୟତିରେ ସଂପୃକ୍ତି ଥିବାର ଜଣାପଡିଥିଲା । ଏହି କ୍ରମରେ ସେ କର୍ଣ୍ଣାଟକ ମହୀଶୂର ଏକ ସୁନା ଦୋକାନ ଲୁଟ୍ ମଧ୍ୟ ସଂପୃକ୍ତ ଥିଲା । ଓଡ଼ିଶା ପୋଲିସ ତାକୁ ଗିରଫ କରିବା ପରେ ଗତ ୯ ତାରିଖ ରେ କର୍ଣ୍ଣାଟକ ପୋଲିସ ୭ ଦିନ ପାଇଁ ରିମାଣ୍ଡ ରେ ନେଇ ଅଧିକ ପଚରାଉଚରା କରିବା ପାଇଁ ନେଇ ଗତ ୧୬ ତାରିଖ ରେ ପୁଣି ଚୌଦ୍ଵାର ଜେଲ କୁ ହସ୍ତାନ୍ତର କରାଯାଇଥିଲା।