
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାହାଡାପଦର ନୋଡାଲ ହାଇସ୍କୂଲକୁ ପ୍ରକୃତିମିତ୍ର ପୁରସ୍କାର ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି l ପରିବେଶ ଦିବସ ଅବସରରେ କୃଷି ଶିକ୍ଷlସଦନ, ଭୁବନେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ ସହ ପୁରସ୍କୃତ କରିଥିଲେ l ବିଦ୍ୟାଳୟରେ ବୃକ୍ଷ ରୋପଣ, ସଚେତନତା କାର୍ଯ୍ୟକ୍ରମ, ପରିବେଶ ସମ୍ପର୍କୀୟ ଆଲୋଚନା ଚକ୍ର ସହ ବୃକ୍ଷର ରକ୍ଷଣା ବେକ୍ଷଣକୁ ଗୁରୁତ୍ୱ ଦେଇ ଏକ ସବୁଜ ବଳୟ ତିଆରିକରି ଅନୁଷ୍ଠାନ ଅଞ୍ଚଳ ପାଇଁ ସୁନାମ ଆଣିପାରିଛି l ଏକ୍ଷେତ୍ରରେ ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ, ହୃଷିକେଶ ନାୟକ, ବାବୁଲା ନାୟକ, ପ୍ରବୀଣ କୁମାର ଜେନା, ଜାତୀୟ ସବୁଜ ବାହିନୀ, ଭାରତ ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀ ଙ୍କ ଉଲ୍ଲେଖନୀୟ ଭୂମିକା ରହିଛି l ଅନୁଷ୍ଠାନକୁ ଉକ୍ତ ପୁରସ୍କାର ମିଳିଥିବା ଯୋଗୁଁ ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ଜଗବନ୍ଧୁ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାସ କୃତଜ୍ଞତା ଜଣାଇଛନ୍ତି l