
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସାଂପ୍ରତିକ ପରିସ୍ଥିତିରେ ପ୍ରକୃତିର ସୁରକ୍ଷା ନିତାନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ବିଶ୍ବ ପରିବେଶ ଦିବସ ଆଜି ଭଞ୍ଜନଗରର ଶାନ୍ତି ସ୍ରୋତ ଭବନରେ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ଯ ଅତିଥି ଦକ୍ଷିଣାଞ୍ଚଳ ଏ. ସି.ଏଫ ଶ୍ରୀ ପ୍ରଦୀପ କୁମାର ବେହେରା ସାର, ସମ୍ମାନୀତ ଅତିଥି ରୂପେ କେଏସୟୁବିର ଆର୍ମି ଏନ୍.ସି.ସି ଅଫିସର ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ସାର ଓ ଉତ୍ତରାଞ୍ଚଳ ଏ.ସି.ଏଫ ଶ୍ରୀ ବିବେକ କୁମାର ଦାଶ ସାର ଯୋଗ ଦେଇଥିଲେ। ଅତିଥି ବୃନ୍ଦ ବିଶ୍ବ ତାପୟନ ବୃଦ୍ଧିର କାରଣ ଓ ଏହାର ନିରାକରଣ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସମସ୍ତଙ୍କୁ ଅବଗତ କରାଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ମାନବ ଜାତି ବିଶ୍ବ ପରିବେଶ ପ୍ରତି ସଚେତନ ହେବା ସୁନିଶ୍ଚିତ, ଏଥିପାଇଁ ପ୍ରତି ଘରେ, ଜମି,ପଡିଆରେ କିଛି ନା କିଛି ବୃକ୍ଷ ରୋପଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ବ ବୋଲି ଶ୍ରୀ ବେହେରା ସାର କହିଲେ। ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ପ୍ରକୃତି ପ୍ରତି ସକାରାତ୍ମକ ଚିନ୍ତନର ମହତ୍ତ୍ଵ ସହିତ ବୃକ୍ଷରୋପଣ ପାଇଁ ଶପଥ ପାଠ କରିଥିଲେ। ବ୍ରହ୍ମାକୁମାରୀ ନିରୁ ଭଉଣୀ ସଂସ୍ଥାର ପରିଚୟ ଓ ଆଜି କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିବା ବେଳେ ବ୍ରହ୍ମା କୁମାର ବୈକୁଣ୍ଠ ଭାଇ ଧନ୍ୟବାଦ ଦେଇଥିଲେ। ସମାଜ ସେବୀ ଶୂଳପାଣି ଶତପଥୀ ଭ୍ରାତା, ସାମ୍ବାଦିକ ଭାଇଙ୍କ ସମେତ ଶହେରୁ ଉର୍ଦ୍ଧ୍ବ ଭାଇ ଭଉଣୀ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ବୃକ୍ଷରୋପଣ ଓ ୧୫୦ରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କାର୍ଯ୍ୟ କରାଯାଇଥିଲା ।