
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଓ ଗାଙ୍ଗପୁର ଥାନା ଇଲାକାରେ ଘଟିଥିବା ପୃଥକ ଦୁର୍ଘଟଣାରେ ଦୁଇ ଜଣ ଙ୍କ ମୃତ୍ୟୁ ଘଟିଛି। ତାରାସିଂ ଥାନା ଅଧିନ ଲେମ୍ଭାଇ ଗ୍ରାମ ନିକଟରେ ବୁଧବାର ଭୋର୍ରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ମାଙ୍କଡ଼କୁମ୍ପା ଗ୍ରାମର ଟୁନା ନାୟକ (୫୦) ଙ୍କ ମୃତ୍ୟୁ ଘଟିଛି। ଟୁନା ଶୌଚ ହୋଇ ଘରକୁ ଫେରୁଥିବା ବେଳେ ଭୁବନେଶ୍ୱରରୁ ଗାଲେରୀ ଆଡ଼କୁ ଆସୁଥିବା ଭ୍ୟାନ୍ଟି ଭାରସାମ୍ୟ ହରାଇ ଟୁନାଙ୍କୁ ଧକ୍କା ଦେଇଥିଲା। ଏନେଇ ତାରାସିଂ ଥାନାରେ କେସ୍ ନମ୍ବର ୨୨୧ରେ ଏକ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତ ଦେହ କୁ ପରିବାରବର୍ଗକୁ ହସ୍ତାନ୍ତର କରିଛି। ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ ବୋରି ଗ୍ରାମ ରାସ୍ତାରେ ଗତକାଲି ରାତିରେ ଏକ ବାଇକ୍ ଗଛରେ ପିଟି ହୋଇ କଲଭର୍ଟ ତଳକୁ ଖସିଯିବାରୁ ବିଞ୍ଜଗିରି ଗ୍ରାମର ଶଙ୍କର ନାୟକ ପ୍ରାଣ ହରାଇଛନ୍ତି। ଶଙ୍କର ବିଞ୍ଜଗିରିରୁ ବାଇକ୍ ଯୋଗେ ସିଂହମର୍ଦ୍ଦନ ଅଭିମୁଖେ ଯାଉଥିଲେ। ଏହି ସମୟରେ ବୋରି ଗ୍ରାମ ରାସ୍ତାର ଦଲକ ତୋଟା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ କଲଭର୍ଟ ତଳକୁ ପଡ଼ିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୋବରା ଓ ପରେ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶଙ୍କରଙ୍କ ଶ୍ଵଶୁର ଖଇରପୁଟି ଗ୍ରାମର ସୂର୍ଯ୍ୟମଣି ଗୌଡ଼ ଏନେଇ ଗାଙ୍ଗପୁର ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୩୮୧/୨୫ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି ।