ଭଞ୍ଜନଗର : ରୁଷିକୂଲ୍ୟା ନଦୀର ସୁରକ୍ଷା ଓ ଗୋଳାବାରୁଦ କାରଖାନା ବିରୁଦ୍ଧରେ ତଥା ଭୂମି ଓ ଜଙ୍ଗଲ ଅଧିକାର ଦାବିରେ ବିଶାଳ ଗଣ ବିକ୍ଷୋଭ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା (AIKMKS ) ଗଞ୍ଜାମ ଜିଲ୍ଲା ଆବାହକ ନିରାକାର ନାୟକଙ୍କ ଆହ୍ୱାନରେ ଶହୀଦ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସରେ ଗଣ ବିକ୍ଷୋଭ ଅନୁଷ୍ଠିତ ହେଇଯାଇଛି। ଲୋକଙ୍କ ଜୀବନ ଜୀବିକାକୁ ମାରି ତଥା ପ୍ରକୃତି ପରିବେଶକୁ ଧ୍ବଂସ କରି ପ୍ରସ୍ତାବିତ ଜନ ବିରୋଧୀ ନିଷ୍ପତ୍ତି ଗୁଡିକୁ ବାତିଲ କରିବା,ଭୂମିହୀନ ଦଳିତ ଓ ଆଦିବାସୀଙ୍କୁ ଭୂମି ଓ ଜଙ୍ଗଲ ଅଧିକାର ଦେବା,ଆମ ରାଜ୍ୟ ଓଡିଶାରେ ଯେଉଁ ମାତ୍ରାରେ ଜମି, ଜଳ, ଜଙ୍ଗଲ, ଖଣି ତଥା ସମସ୍ତ ପ୍ରାକୃତିକ ସମ୍ପଦର ବିକ୍ରି ତଥା ଘରୋଇକରଣ ଚାଲିଛି ଆଉ ଅଳ୍ପ କିଛି ବର୍ଷରେ ଓଡିଶା ଶ୍ରୀହୀନ ହୋଇପଡିବ l ଆପଣ ଏକ ପାଖିଆ ଭାବେ ଜନଗଣଙ୍କ ନିଷ୍ପତ୍ତି ବିନା ଏହି ପ୍ରାକୃତିକ ସମ୍ପଦକୁ କର୍ପୋରେଟ କମ୍ପାନୀ ହାତକୁ ହସ୍ତାନ୍ତର କରିଚାଲିଛନ୍ତି l ସେହିପରି କେତେକ ଦୃଷ୍ଟାନ୍ତ ଆମ୍ଭେ ଆପଣଙ୍କ ଠାରେ ଉପସ୍ଥାପନ କରୁଛୁ ଓ ଦୃଢ଼ଭାବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଦାବି କରୁଛୁ। ଟାଟା, ଅଦାନୀ ଭଳି କମ୍ପାନୀ ମାନଙ୍କୁ ଋଷିକୂଲ୍ୟା ନଦୀର ପାଣି ଦେବା ଉଧେଶ୍ୟରେ ସୋରଡ଼ାର ପିପଳପଙ୍କା ଠାରେ ଯେଉଁ ଡ୍ୟାମ କରିବା ପ୍ରସ୍ତାବ ବା ପ୍ରସ୍ତୁତି ଚାଲିଛି, ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ କାରଣ କମ୍ପାନୀ ସ୍ୱାର୍ଥରେ ଡ୍ୟାମ ନିର୍ମାଣ ଦ୍ୱାରା ସୋରଡ଼ା, ଆସିକା, ହିଞ୍ଜିଳି, ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଗୋଳାବନ୍ଧ, ଭଞ୍ଜବିହାର, ଛତ୍ରପୁର, ଗଞ୍ଜା, ହୂମ୍ମା ଆଦି ବୃହତ ଅଂଚଳରେ ଲୋକଙ୍କ ଚାଷ ବାସ, ଗୃହପାଳିତ ପଶୁ ପାଳନ, ପାନୀୟ ଜଳ ପାଇବା ଆଦି ପ୍ରଭାବିତ ହେବା ସହ ଜଙ୍ଗଲ, ବଣ୍ୟ ଜନ୍ତୁ ତଥା ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ଜୀବନ ଦୁର୍ବିସହ ହୋଇପଡିବ l ଏଣୁ ଏହି ଜନବିରୋଧୀ ଡ୍ୟାମକୁ ବାତିଲ କରିବା ବର୍ଷା ଦିନେ ଋଷିକୂଲ୍ୟା ନଦୀରେ ଅଧିକ ମାତ୍ରାରେ ବର୍ଷା ଜଳ ବୋହିଯାଇ ସମୁଦ୍ରରେ ମିଶିଯାଏ l ନଷ୍ଟ ହୋଇଯାଉଥିବା ଏହି ସିଂହ ଭାଗ ଜଳର କୌଣସି ବ୍ୟବହାର ବା କୌଣସି ପ୍ରକାର କାର୍ଯ୍ୟରେ ଆସେନାହିଁ l ଏହାକୁ ସଂରକ୍ଷିତ କରି କୃଷି, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହୋଇପାରିବ l ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକରେ ଗୋଳା ବାରୂଦ କାରଖାନା ନିର୍ମାଣ ପାଇଁ ପ୍ରସ୍ତାବ ନିଶ୍ଚିତ ଭାବେ ଲୋକଙ୍କ ଜମି, ଜଳ, ଜଙ୍ଗଲ କୁ ଲୁଟ କରି ତାଙ୍କୁ ଏକ ବିଷାକ୍ତ ପରିବେଶ ମଧ୍ୟକୁ ଠେଲି ଦିଆଯିବ l ଏହି ଜନବିରୋଧୀ ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ତଥା ଆଇନଜୀବୀ ଅବନୀ କୁମାର ଗୟା, ସଭାପତି ଗଗନ ଚନ୍ଦ୍ର ମଲିକ, ସମାଜସେବୀ ପିତାମ୍ବର ପରିଡା ଏ ଆଇ କେ ଏମ କେ ଏସ ର ସଂଜୟ ନାୟକ, ନିରଞ୍ଜନ ପ୍ରଧାନ, ମିନାକ୍ଷୀ ମାଳି, ଶିବରାମ ନାଇକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିକ୍ଷୋଭରେ ଶହ ଶହ ସଂଖ୍ୟରେ ସଂଗ୍ରାମୀ ସାଥି ମାନେ ଯୋଗଦେଇ ସଂଗ୍ରାମୀ ଗୀତ ଗାଈ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *