ନୂଆ ବନଖଣ୍ଡ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ: ବିଭାଗୀୟ କର୍ମଚାରୀଙ୍କୁ ଦେଲେ ଏପରି ପରାମର୍ଶ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡର ନୂତନ ଡିଏଫ୍ଓ ଭାବେ ଭିପାସା ପାରୁଲ ଗୁରୁବାର ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ପୂର୍ବତନ ଡି ଏଫ୍ ଓ ବିନୋଦ ଆଚାର୍ଯ୍ୟ ନୂଆଁ ଡିଏଫ୍ଓଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂଆଁ ଡିଏଫ୍ଓଙ୍କୁ ମଧ୍ୟ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ। ଏଥିସହ ଏ ସି ଏଫ୍ ପ୍ରଦୀପ କୁମାର ବେହେରା, ସୋରଡା ଏ ସି ଏଫ୍ ନିହାର ରଞ୍ଜନ ମଲ୍ଲିକ, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା,ପୋଲସରା ରେଞ୍ଜର ଅନିଲ ପଣ୍ଡା, ବଡଗଡ଼ ରେଞ୍ଜର ଅଞ୍ଜନ ନାୟକ, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଡି ଏଫ୍ ଓ ଙ୍କୁ ଭେଟି ସ୍ୱାଗତ କରିଥିଲେ। ଏହାପରେ ପରେ ଡି ଏଫ୍ ଓ ଭିପସା ପାରୁଲ ସମସ୍ତ ରେଞ୍ଜର ଏବଂ ଏ ସି ଏଫ୍ ଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ସେ ଜଙ୍ଗଲ, ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବ ସେଥିପ୍ରତି ପ୍ରାଥମିକତା ଦେବାକୁ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଘୁମୁସର ଦକ୍ଷିଣ ବନଖଣ୍ଡ ର ଭୌଗଳିକ ସ୍ଥିତି ଉପରେ ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ କ୍ୟାଡ଼ର ଆଇ ଏଫ୍ ଏସ ଅଧିକାରିଣୀ ଭିପାସା ପାରୁଲ ହେଉଛନ୍ତି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ସହଧର୍ମିଣୀ। ତେଣୁ ସେ ଓଡ଼ିଶା କ୍ୟାଡ଼ରକୁ ପରିବର୍ତ୍ତନ କରି ଆସିବା ପରେ ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଣୀ ଭାବେ ଗତ ୧୨ ତାରିଖରେ ବଦଳି ହୋଇଥିଲେ। ଆଜି ସେ ତାଙ୍କର ନୂତନ ଦାୟିତ୍ୱରେ ଯୋଗ ଦେଇଛନ୍ତି। ଅନ୍ୟପଟେ ପୂର୍ବତନ ଡି ଏଫ୍ ଓ ଶ୍ରୀ ଆଚାର୍ଯ୍ୟଙ୍କ ଅନ୍ୟତ୍ର ବଦଳି ହୋଇନଥିବା ଯୋଗୁଁ ସେ ଭୁବନେଶ୍ୱର ପି ସି ସି ଏଫ୍ କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଧେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ତେଣୁ ସେ ଏଠାରୁ ଆଜି ରିଲିଭ ହୋଇ ଭୁବନେଶ୍ୱର ଅଭିମୁଖେ ଚାଲି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *