
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତାର ଯାତ୍ରାକୁ ଲୋକାଭିମୁଖୀ କରିବା ତଥା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭଞ୍ଜନଗର ଏନଏସି ପକ୍ଷରୁ ଗୁରୁବାର ଠାରୁ ବିକାଶ ବାହନର ଶୁଭାରମ୍ଭ ହୋଇଛି।ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ପତକା ଦେଖାଇ ବିକାଶ ବାହାନର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟାକ୍ଷା ଶୁଭଶ୍ରୀ ଦାସ, ଏନଏସି ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ କୁମାର ମାହାର, ସମସ୍ତ କାଉନସିଲର ଓ ଅଫିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆସନ୍ତା ୨୧ ତାରିଖ ଯାଏ ଏହି ବାହନ ଏନଏସିର ବିଭିନ୍ନ ଅଞ୍ଚଳ ବୁଲି ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବ।ତୃଣମୂଳସ୍ତରରେ ଲୋକଙ୍କୁ ସରକାରୀ ସୁବିଧାସୁଯୋଗ ଯୋଗାଇ ଦେବା ଲକ୍ଷ୍ୟ ନେଇ ଜୁନ୍ ୨୧ ଯାଏ ସହରର ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶ ବାହନ ସରକାର ଙ୍କ ଉପଲବ୍ଧି ବଖାଣିବ। ଏହି କ୍ରମରେ ଶୁକ୍ରବାର ବିକାଶ ବାହନ ଏନଏସିର ଶ୍ରୀରାମ ନଗର ଗସ୍ତ କରିଥିଲା। ସ୍ଥାନୀୟ ଜନପ୍ରତିନିଧି ଙ୍କ ସମେତ ମହିଳା ସ୍ବୟଂ ସହାୟିକା ଦଳର ସଦସ୍ୟା ଓ ଜନସାଧାରଣ ବିକାଶ ବାହନକୁ ସ୍ବାଗତ ଜଣାଇଥିଲେ।ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କୁ ସରକାରୀ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ। ପରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବା ସହ ଆଧାର କାର୍ଡ ସଂଶୋଧନ ଓ ନୂଆ ଆଧାର କାର୍ଡ ପାଇଁ ପଞ୍ଜୀକରଣ କରାଯାଉଛି ।