
ଜଗନ୍ନାଥ ପ୍ରସାଦ, ୨୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ). ଆଜି ଅପରାହ୍ଣ ସମୟରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ବଜ୍ରାଘାତ ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବଜ୍ରାଘାତରେ ଜଣେ ମହିଳା ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଜଗନ୍ନାଥ ପ୍ରସାଦ ବ୍ଲକ ଅଲାଡ଼ି ଗ୍ରାମର ସନ୍ତ ବିଶ୍ୱାଳ (୪୭) ନାମକ ଜଣେ ମହିଳା ଗ୍ରାମ ନିକଟ ଜମିରେ ଅନ୍ୟମାନଙ୍କ ସହିତ କାମ କରୁଥିବା ବେଳେ ହଠାତ୍ ବଜ୍ରପାତରେ ତାଙ୍କ ଶରୀରର ଅନେକ ସ୍ଥାନ ପୋଡ଼ି ଯିବାରୁ ଗୁରୁତର ଅବସ୍ଥାରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଖବର ପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।