ବଜ୍ରପାତରେ ଚାଲିଗଲା ଗାଈ ଚରାଳିଙ୍କ ଜୀବନ: ୪ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ବିଧାୟକଙ୍କ ନିର୍ଦ୍ଦେଶ

ଭଂଜନଗର ୨୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଖାରିଗୁଡା ଗ୍ରାମରେ ବୁଧବାର ବଜ୍ରାଘାତ ଘଟି ଜଣେ ଗାଇ ଚରାଳୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ବସନ୍ତ ଗୌଡ଼ (୩୮) ବୋଲି ଜଣାପଡିଛି।ସୁଚନାନୁସାରେ,ପୁର୍ବାହ୍ନରୁ ବସନ୍ତ ଗାଇ ଗୋଠ ଧରି ଚରାଇବା ପାଇଁ ଗାଁ ଠୁ କିଛି ଦୁର ଏକ ପଡିଆକୁ ଯାଇଥିଲେ। ହେଲେ ଅପରାହ୍ନ ସମୟରେ ପ୍ରବଳ ବର୍ଷା ସହ ବଜ୍ରାଘାତ ଘଟିଥିଲା। ଫଳରେ ବଜ୍ରାଘାତ ରେ ଗୁରୁତର ହୋଇ ବସନ୍ତ ଘଟଣାସ୍ଥଳରେ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ଅପରପକ୍ଷରେ ଭଞ୍ଜନଗର ବିଧାୟକ ଏହି ଖବର ପାଇବା ପରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *