ଗଳିପୋଲ ନିର୍ମାଣ ତ୍ରୁଟି ପାଇଁ କୋରାଇ ସଂଗ୍ରାମ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ

ଯାଜପୁର (ଅଭିମନ୍ୟୁ ମିଶ୍ର , ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ରୋଡ଼ କେନ୍ଦୁଝର ରେଳ ଷ୍ଟେସନ ନିକଟ ଗଳିପୋଲ ନିର୍ମାଣରେ ତ୍ରୁଟି ଯୋଗୁଁ ଗଳି ପୋଲରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାରୁ ସହରର ଜନସାଧାରଣ ଯାତାୟାତରେ ବାଧାପ୍ରାପ୍ତ ହେଉଛନ୍ତି l ଏହି ଗଳି ପୋଲ ନିର୍ମାଣ ପାଇଁ ୫ କୋଟି ୧୬ ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିଲା l କିନ୍ତୁ ରେଳ ବିଭାଗର ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣରେ ନିମ୍ନମାନର କାର୍ଯ୍ୟ କରାଯାଇଛି l ଫଳରେ ଗଳି ପୋଲ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ l ଏହି ପୋଲ ନିର୍ମାଣ ତ୍ରୁଟି ପାଇଁ ଯାଜପୁର ରୋଡ଼ ଏ.ଡି.ଏମ ଏହି କାର୍ଯ୍ୟପାଇଁ ସମ୍ପୂର୍ଣ ଦାୟୀ l ଏନେଇ କୋରାଇ ସଂଗ୍ରାମ ସମ୍ମିତିର ସଭାପତି ବିଦ୍ୟାଧର ମହାନ୍ତି ନେତୃତ୍ୱରେ ସମ୍ପାଦକ ଅଭିମନ୍ୟୁ ମିଶ୍ର, କୋଷାଦକ୍ଷ ପ୍ରଦ୍ୟୁମ୍ନ ବୋଇତେଇ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପାତ୍ର, ଜିଲ୍ଲା ବଜରଙ୍ଗଦଳ ପୂର୍ବତନ ସଭାପତି ପ୍ରତାପ ନାୟକ ଓ ବିଦ୍ୟାଧର ମଲିକ ପ୍ରମୁଖ ମିଳିତ ଭାବେ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଦାବିପତ୍ର ରେଳ ବିଭାଗ ଆର.ପି.ଏଫ ଆରକ୍ଷୀ ଅଧିକାରୀ କ୍ଷୀରୋଦ କୁମାର ଭଞ୍ଜ ଓ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ପୂର୍ବତଟ ପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ତେବେ ଏହି ଗଳି ପୋଲ ନିର୍ମାଣ ତ୍ରୁଟିକୁ ଭିଜିଲାନ୍ସ ଦ୍ବାରା ଯଥାଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂଗେ ଗଳି ପୋଲ ପୂର୍ଣ୍ଣ ନିର୍ମାଣ କରାଯିବାକୁ କୋରାଇ ସଂଗ୍ରାମ ସମିତି ଦାବୀ କରିଛି l

Leave a Reply

Your email address will not be published. Required fields are marked *