ନାବାଳିକାକୁ ଅଶ୍ଳୀଳ ଇଙ୍ଗିତ ଓ ଟଣାଓଟରା ମାମଲା: ଅଭିଯୁକ୍ତକୁ କୋର୍ଟ ଚାଲାଣ

ବ୍ରହ୍ମପୁର : ଗତକାଲି ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଆମ୍ବ ମାର୍କେଟ ଛକରେ ଜନୈକା ନାବାଳିକାକୁ ଅଶ୍ଳୀଳ ଇଙ୍ଗିତ ଓ ଟଣାଓଟରା ଅଭିଯୁକ୍ତ ସନ୍ୟାସୀ ପ୍ରଧାନକୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ମକଦ୍ଦମା ରୁଜୁ କରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ସନ୍ୟାସୀ ନାବାଳିକାକୁ ଏହି ଭଳି ଦୁର୍ବ୍ୟବହାର ଘଟଣା ବିଷୟରେ ନିଜ ବାପାକୁ କହିବା ପରେ ୪୪ ବର୍ଷୀୟ ବାପା ଥାନାରେ ଅଭିଯୋଗ କରିଥିଲେ। ସୁଚନା ଅନୁଯାୟୀ, ଅଭିଯୁକ୍ତ ପୁର୍ବରୁ ବଡ଼ବଜାର ଓ ଗୋଷାଣୀ ନୁଆଁଗାଁ ଥାନାରେ ତିନୋଟି ମକଦ୍ଦମାରେ ଗିରଫ ହୋଇ ଅଦାଲତରୁ ଜାମିନ୍ ରେ ଆସିଥିଲା।

Leave a Reply

Your email address will not be published. Required fields are marked *