ଯାତ୍ରୀବାହୀ ବସ୍ ରୁ ଗଞ୍ଜେଇ ଜବତ, ଜଣେ ଯୁବକଙ୍କ ସହ ୫ ମହିଳା ଗିରଫ

ବ୍ରହ୍ମପୁର: କୋଟିନଡା ଥାନା ପୋଲିସ୍ ସଦଳବଳେ କଲେଜ ଛକରେ ଏକ ଯାତ୍ରୀବାହୀ ବସ୍ କୁ ଅଟକାଇ ଯାଞ୍ଚ କରିଥିଲେ ଓ ତା ଭିତରେ ଥିବା ୬୩ କିଲୋ ଗଞ୍ଜେଇ ଜବତ ସହ ଜଣେ ଯୁବକ ଓ ୫ ମହିଳା ଙ୍କୁ ଧରି ଜେରା କରିଥିଲେ। ସେମାନେ ଉକ୍ତ ଗଞ୍ଜେଇ ଆସ୍କା ଠାରୁ କୋଦଳା ଚାଲାଣ କରୁଥିବା ମତ ସ୍ଵୀକାର କରିଥିଲେ।ପୋଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। କୋର୍ଟ ସମସ୍ତଙ୍କୁ ଆସ୍କା ସବ୍ ଜେଲକୁ ପଠାଇଛନ୍ତି। ଗିରଫ ସମସ୍ତେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *