ଗିରଫ ହେଲେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା, ଆୟ ଠାରୁ ୨୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ

ଭୁବନେଶ୍ୱର : ଗିରଫ ହେଲେ R & B division 3 ର ସହକାରୀ ଯନ୍ତ୍ରୀ । ଆଜି ଅଶୋକ କୁମାର ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚାରିଦିନ ତାଙ୍କର ଅଫିସ୍ ଓ ପୈତୃକ ଘର ସମେତ ବିଭିନ୍ନ ଜାଗାରେ କରିଥିଲା ରେଡ୍ । ଆୟ ଠାରୁ 213 ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ ଅଶୋକ କୁମାର ପଣ୍ଡା । ତାଙ୍କର ସମସ୍ତ ସମ୍ପତ୍ତି ଜବତ୍ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।ଭୁବନେଶ୍ବର R&B ଡିଜିଜନ-୩ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶୋକ ପଣ୍ଡାଙ୍କ ଆଖି ଖୋସି ହୋଇଗଲା ଭଳି ସଂପତ୍ତି । ରେଡ୍ ବେଳେ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା । ଇଞ୍ଜିନିୟରଙ୍କ ମାଳ ମାଳ ପ୍ଲଟ୍ ଆଉ ପୁଳାପୁଳା ଫ୍ଲାଟ୍ । ତାଙ୍କର ୨ ବିଲଡିଂ ଏବଂ ୯ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । DLF, ଗ୍ୟାଲେରିଆ, ସିମ୍ଫନୀ ମଲରେ ରହିଛି ୪ଟି ଦୋକାନ ଘର । ଯାଞ୍ଚ ବେଳେ ଦାମୀ ଆପାର୍ଟମେଣ୍ଟରେ ୭ଟି ଫ୍ଲାଟ ଠାବ ହୋଇଛି । ରାଜଧାନୀରେ ପ୍ରାୟ ଅଧିକାଂଶ ଦାମୀ ଆପାର୍ଟମେଣ୍ଟରେ ରହିଛି ଇଂଜିୟର ପଣ୍ଡାଙ୍କ ଫ୍ଲାଟ୍ । ଜଟଣୀ ରୟାଲ ହେବିଟାଟ, ଗ୍ରେସ୍ ଆପାର୍ଟମେଣ୍ଟ, ଫୁଲନଖରା ସ୍ଥିତ ଗ୍ରାଣ୍ଡ ଆୱାସ, ଭିପୁଲ ଗାର୍ଡେନ ଆଦି ଆପାର୍ଟମେଣ୍ଟରେ ରହିଛି ଫ୍ଳାଟ୍ । ସାଇବର ସିଟିରେ ବ୍ୟବସାୟ ପ୍ରତିଷ୍ଠାନ ଠାବ ହୋଇଛି ।ସେହିଭଳି ତାଙ୍କର ୮ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ବରରେ ୭ଟି ଏବଂ ପୁରୀରେ ଗୋଟିଏ ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି । ୩୭ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା ଠାବ ହୋଇଛି । ବାବୁଙ୍କର ୨୧ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ରହିଛି । ଗୋଟିଏ ୪ ଚକିଆ ଗାଡ଼ି ରହିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ସହକାରୀ ଇଂଜିନିୟର ରାଜକିଶୋର ଜେନାଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ଇଂଜିନିୟର ଅଶୋକ ପଣ୍ଡା । କସମୋପଲିସ ଆପାର୍ଟମେଣ୍ଟରେ ସର୍ଚ୍ଚ ଭୟରେ ଇଂଜିନିୟର ପଣ୍ଡା ଝରକା ପଟେ ଫିଙ୍ଗି ଦେଇଥିବା ଟଙ୍କା ଓ ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଗତକାଲି ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ଝରକା ପାଖରେ ଝୁଲିଥିବା ଏହି ବ୍ୟାଗରୁ ନଗଦ ଲକ୍ଷେ ଟଙ୍କା, ରୁପା ମୁଦ୍ରା, ୬୦ ଗ୍ରାମର ସୁନା ଅଳଙ୍କାର, ଜମି ପଟ୍ଟା, ଆପଲ ଆଇ-ଫୋନ୍ ଏବଂ ଗାଡ଼ି ଚାବି ମିଳିଥିଲା ।

Leave a Reply

Your email address will not be published. Required fields are marked *