
ଭଞ୍ଜନଗର ୦୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁନିଫାଇଡ ଅଟୋମେସନ ସିଷ୍ଟମ ( ୟୁଏଏସ)କୁ ବିରୋଧ ପ୍ରଦର୍ଶନ କରି ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମହୋଦୟ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସଂଘ ର ସଭାପତି ଙ୍କ ନେତୃତ୍ୱରେ ଦିଆ ଯାଇଥିବା ଦାବିପତ୍ର ରେ ପ୍ରତ୍ୟେକ ବିଦ୍ୟାଳୟ ରେ ବ୍ୟବହାର ପାଇଁ ଟାବଲେଟ ପାଇଁ ସିମ ଏବଂ ଇଣ୍ଟରନେଟ ସୁଚାରୁରୂପେ ଯୋଗେଇଦେବା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପକାଇବା ସୁବିଧା ନିମନ୍ତେ ଅନ୍ୟ ପନ୍ଥା ବାହାର କରିବା,ଡାଟା ଏଣ୍ଟ୍ରି ଅପରେଟର ଙ୍କ ଆବଶ୍ୟକତା କୁ ପୂରଣ କରିବା ସମେତ ଅନ୍ୟ ଦାବୀ କରାଯାଇଛି । ୟୁନିଫାଇଡ ଅଟୋମେସନ ସିଷ୍ଟମ ଲାଗୁକରି ଶିକ୍ଷକ ସମାଜକୁ ମାନସିକ ନିର୍ଯାତନା ଦିଆଯାଉଛି । ୨୨ ଟି ରାଜ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ୪୨୦୦ – ଗ୍ରେଡ଼ ପେ ପ୍ରଦାନ କରୁଥିବା ସ୍ଥଳେ ଆମ ବିଭାଗ ସେଥିପ୍ରତି ଗୁରୁତ୍ୱ ନଦେଇ ହଠାତ ୟୁନିଫାଇଡ ଅଟୋମେସନ ସିଷ୍ଟମ କୁ ଲାଗୁ କରିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମନରେ ଏକ କଠୋର ଆଘାତ ସୃଷ୍ଟି କରୁଛି ବୋଲି ସଂଘ ତରଫରୁ ଦାବୀ କରାଯାଇଛି । ( ୟୁଏଏସ)କୁ ବିରୋଧ ପ୍ରଦର୍ଶନ କରି ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମହୋଦୟ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସଂଘ ର ସଭାପତି ଙ୍କ ନେତୃତ୍ୱରେ ଦିଆ ଯାଇଥିବା ଦାବିପତ୍ର ରେ ପ୍ରତ୍ୟେକ ବିଦ୍ୟାଳୟ ରେ ବ୍ୟବହାର ପାଇଁ ଟାବଲେଟ ପାଇଁ ସିମ ଏବଂ ଇଣ୍ଟରନେଟ ସୁଚାରୁରୂପେ ଯୋଗେଇଦେବା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପକାଇବା ସୁବିଧା ନିମନ୍ତେ ଅନ୍ୟ ପନ୍ଥା ବାହାର କରିବା,ଡାଟା ଏଣ୍ଟ୍ରି ଅପରେଟର ଙ୍କ ଆବଶ୍ୟକତା କୁ ପୂରଣ କରିବା ସମେତ ଅନ୍ୟ ଦାବୀ କରାଯାଇଛି । ୟୁନିଫାଇଡ ଅଟୋମେସନ ସିଷ୍ଟମ ଲାଗୁକରି ଶିକ୍ଷକ ସମାଜକୁ ମାନସିକ ନିର୍ଯାତନା ଦିଆଯାଉଛି । ୨୨ ଟି ରାଜ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ୪୨୦୦ – ଗ୍ରେଡ଼ ପେ ପ୍ରଦାନ କରୁଥିବା ସ୍ଥଳେ ଆମ ବିଭାଗ ସେଥିପ୍ରତି ଗୁରୁତ୍ୱ ନଦେଇ ହଠାତ ୟୁନିଫାଇଡ ଅଟୋମେସନ ସିଷ୍ଟମ କୁ ଲାଗୁ କରିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମନରେ ଏକ କଠୋର ଆଘାତ ସୃଷ୍ଟି କରୁଛି ବୋଲି ସଂଘ ତରଫରୁ ଦାବୀ କରାଯାଇଛି ।