ଭଞ୍ଜନଗରରେ ସବିତା ଏଣ୍ଟରପ୍ରାଇଜେସର ନୂତନ ଆଉଟଲେଟ ଉଦଘାଟନ କଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ): ଭଞ୍ଜନଗର ଉପଖଣ୍ଡର ଅଗ୍ରଣୀ ହାର୍ଡୱେର ଓ କଲର ହାଉସ ଡିଷ୍ଟ୍ରିବୁଟର ସବିତା ଏଣ୍ଟରପ୍ରାଇଜେସର ନୂତନ ଆଉଟଲେଟ ଚକରା ବିଷୋୟୀ ଛକ କଳିଙ୍ଗ ଡ୍ରାଇଭିଂ ସ୍କୁଲ ନିକଟରେ ସୋମବାର ଉଦଘାଟନ ହୋଇଯାଇଛି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ନୂତନ ଆଉଟଲେଟ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବହୁ କଣ୍ଟ୍ରାକ୍ଟର, ପେଣ୍ଟର ଯୋଗ ଦେଇଥିଲେ ।
ପ୍ରକାଶ ଥାଉ କି ୨୦୨୦ ମସିହାରୁ ଭଞ୍ଜନଗର ବାଗଦେବୀ ରୋଡ ଠାରେ ସବିତା ଏଣ୍ଟରପ୍ରାଇଜେସର ପ୍ରଥମ ଆଉଟଲେଟ ରହିଛି । ଯାହା ଭଞ୍ଜନଗର ଉପଖଣ୍ଡ ରେ ଅଗ୍ରଣୀ ହାର୍ଡୱେର ଓ କଲର ହାଉସ ଡିଷ୍ଟ୍ରିବୁଟର ଭାବେ ନିଜ ସ୍ଥାନ ବଜାୟ ରଖିଛି। ବିଭିନ୍ନ ସରକାରୀ ବେସରକାରୀ କୋଠାବାଡ଼ି ନିର୍ମାଣରେ ହାର୍ଡୱେର ଓ କଲର ଯୋଗାଇ ଆସିଛି। ସବିତା ଏଣ୍ଟରପ୍ରାଇଜେସ ଡ୍ୟୁଲକ୍ସ, ଜେଏସଡବ୍ଲୁ ପେଣ୍ଟସ, ବିର୍ଲା, ଜେକେ ମ୍ୟାକ୍ସ ଆଦି କମ୍ପାନୀର ବିଭିନ୍ନ ସାମଗ୍ରୀ ର ଡିଷ୍ଟ୍ରିବ୍ୟୁଟର ଭାବେ ବିଭିନ୍ନ ହାର୍ଡୱେର ଓ କଲର ବିକ୍ରୟ କରୁଛି । ବଜାର ଦରରେ ଉତ୍କୃଷ୍ଟ ରିହାତି ଏବଂ ସଠିକ୍ କଲର ମିଶ୍ରଣ ହେତୁ ସରକାରୀ ଏବଂ ବେସରକାରୀ ସ୍ତରରେ ସମସ୍ତଙ୍କ ପ୍ରଥମ ପସନ୍ଦ ଭାବରେ ସବିତା ଏଣ୍ଟରପ୍ରାଇଜେସ ଆଦୃତ ହୋଇପାରିଛି । ଆଜି ଭଞ୍ଜନଗର ବିଧାୟକ ମଧ୍ୟ ଏହି ବ୍ୟବସାୟିକ ଅନୁଷ୍ଠାନର ଗ୍ରାହକ ସେବାକୁ ପ୍ରଶଂସା କରିଥିଲେ ଏବଂ ଆଗକୁ ଏହି ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଉପସ୍ଥିତ କଣ୍ଟ୍ରାକ୍ଟର ଓ ପେଣ୍ଟର ମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା ।ଅନୁଷ୍ଠାନ ପକ୍ଷରୁ ସୂର୍ଯ୍ୟକାନ୍ତ ମିଶ୍ର ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସ୍ବାଗତ କରିବା ସହ ଉପହାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସବିତା ଏଣ୍ଟରପ୍ରାଇଜେସର ପରିଚାଳକ ସୁନିଲ ମିଶ୍ର, ସୁଶୀଲ ମିଶ୍ର ପରିଚାଳନା କରିଥିଲେ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।