ଭଞ୍ଜନଗର ବିଶ୍ବକପ୍‌ ଟ୍ରଫି

 ଭଞ୍ଜନଗର: ଓଡ଼ିଶା ହକି ବିଶ୍ବକପ୍‌ ମ୍ୟାଚ ଅନୁଷ୍ଠିତ କରୁଥିବାରୁ ସହର ଠାରୁ ଗ୍ରାମଞ୍ଚଳରେ ଏହି ‌କ୍ରୀଡାକୁ ନେଇ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି। ବିଶ୍ବକପ୍‌ ମ୍ୟାଚ୍‌ ପୂର୍ବରୁ ସାରା ରାଜ୍ୟରେ ଏହି ବିଶ୍ବକପ୍‌ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତାକାଲି ଦିନ ୧୧ ଟା ସମୟରେ ଏହା ଭଞ୍ଜନଗର ଠାରେ ପହଞ୍ଚିବ। କନ୍ଧମାଳ-ଗଞ୍ଜାମ ସୀମାନ୍ତ ଦୁର୍ଗାପ୍ରସାଦରେ ଜିଲ୍ଲା ପ୍ରଶାସନ ଏହି ଟ୍ରଫି ଗ୍ରହଣ କରିବା ପରେ ଭଞ୍ଜନଗର ଚକରା ବିଷୋୟୀ ଛକ ଠାରୁ ଏକ ଭବ୍ୟ ସ୍ବାଗତ ଜଣାଇ ସହର ପରିକ୍ରମା କରାଯିବ।ଏନେଇ ଆଜି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପଳ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରମୁଖ ବୈଠକରେ ଯୋଗଦେଇ ଟ୍ରଫିକୁ କିଭଳି ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ସେ ନେଇ ଖସଡା ପ୍ରସ୍ତୁତ କରିଥିଲେ। ଏହି ଟ୍ରଫି ଚକରା ବିଷୋୟୀ ଛକ ଠାରୁ ଭେଜିପୁଟ ଅତିକ୍ରମ କରି ଖାଲାସି ସାହି ଦେଇ ମୁଖ୍ୟସଡ଼କ ଅତିକ୍ରମ କରି ତହସିଲ ଛକ ଠାରେ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ ପରେ ଟ୍ରଫି ଆସିକା ଅଭିମୂଖେ ଯିବ ବ‌ୋଲି ଜଣାପଡିଛି। ଏହି ବୈଠକରେ ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ଜଗଦୀଶ ପାଣିଗ୍ରାହୀ, ସମସ୍ତ କାଉନସିଲର,ସରକାରୀ ଅଧିକାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *