
ପାନ୍ କାର୍ଡ ସହ ଆଧାର ନମ୍ବର ଲିଙ୍କ୍ କରିବାର ଅବଧି ପୁଣିଥରେ ବୃଦ୍ଧି କରାଯାଇଛି। ଏହି କାର୍ଯ୍ୟ କରିବା ଲାଗି ଚଳିତମାସ ୩୧ ପର୍ଯ୍ୟନ୍ତ ଲୋକମାନଙ୍କୁ ସମୟ ଦିଆଯାଇଥିଲା। ସେହି ସମୟ ସୀମା ଶେଷ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ପାନ୍ ସହ ଆଧାର ଲିଙ୍କ୍ କରିବାର ଅବଧିକୁ ଚଳିତ ବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୧ କୋଟି ପାନ୍ ସହ ଆଧାର ଲିଙ୍କ୍ ହୋଇସାରିଛି।