
କୋରାପୁଟ ୧୯/୦୪ (ପ୍ରଭାତ କୁମାର ସୁତାର, କୋରାପୁଟ ଜିଲ୍ଲା ପ୍ରତିନିଧି): କୋଟପାଡ଼ ଠାରେ ଅବକାରୀ ବିଭାଗ ଦ୍ୱାରା ଧର ପଗଡସମୟରେ ଗଣ୍ଡ ଗୋଳ ହୋଇ ଆହତ ହୋଇ ଥିବା ବେଳେ ପ୍ରତି ଆକ୍ରମଣ ରେ ଅବକାରୀ ଅଧିକାରୀ ଆହତ ଅଭିଯୋଗ ଆଣି ଉଭୟ ପକ୍ଷ ଙ୍କ ତରଫରୁ ଥାନା ରେ ଏତଲା l
ଆଜି କୋଟପାଡ଼ ହାଟପଦା ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା କେର୍ଲା ଅଞ୍ଚଳରୁ ଦୁଷ୍ମନ୍ତ ବିଶୋଇ ନାମକ ଜଣେ ବ୍ୟକ୍ତି କେର୍ଲାରୁ କୋଟପାଡ଼ ଆସୁଥିବା ସମୟରେ ଅବକାରୀ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲେ l ଅବକାରୀ ପୋଲିସ ସାଧା ପୋଷାକରେ ଥିବାରୁ କେହି ଦୁର୍ବୃତ୍ତ ଭାବି ବ୍ୟକ୍ତି ଜଣକ ଗାଡିକୁ ଅଟକାଇ ନ ଥିଲେ l ଯଦ୍ୱାରା ଅବକାରୀ ବିଭାଗର ସାଧା ପୋଷାକଧାରି କର୍ମଚାରି ଲୁହା ପାଇପରେ ଅଟକାଇବାକୁ ଚେଷ୍ଟା କରୁଥିବା ସମୟରେ ପାଇପଟି ମୁହଁରେ ବାଜି ଯାଇଥିଲା l ଫଳରେ ଗୁରୁତର ଆହତ ହୋଇଥିଲେ ଦୁଷ୍ମନ୍ତ ବିଶୋଇ l ପ୍ରଥମେ କୋଟପାଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଅବକାରୀ ପୋଲିସ ବିରୋଧରେ ଆହତଙ୍କ ପରିବାର ଥାନାରେ ଏତଲା ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି l ଅବକାରୀ ବିଭାଗର ପ୍ରତିକ୍ରିୟା ନେବାରୁ ବିଭାଗ ତରଫରୁ ଜାଣି ଶୁଣି କୌଣସି ଆକ୍ରମଣ କରାଯାଇ ନ ଥିବା ସୂଚନା ମିଳିଛି l ଏବଂ ଅବକାରୀ ବିଭାଗ କୁ ଦୁଷ୍ମନ୍ତ ବିଶୋଇ ଙ୍କ ପରିବାର ଵର୍ଗ ଆକ୍ରମଣ କରିଥିବା ନେଇ ଅବକାରୀ ଅଧିକାରୀ ନୀଳାଦ୍ରି ମିଶ୍ର ପାଲଟା ଅଭିଯୋଗ ଦେଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l