
ଆଉ ମାତ୍ର ୬ ଦିନ ପରେ ଆରମ୍ଭ ହେବ ଏସିଆ କପ୍ ୨୦୨୫ । ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ଖେଳାଯିବ । ଆଉ ଏହି ମ୍ୟାଚ୍ ପୂର୍ବରୁ ମ୍ୟାଚ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ପ୍ରଶଂସକମାନେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଆଉ ୬ଟି ମ୍ୟାଚ୍ ପାଇଁ ଟିକେଟ୍ କିଣିବାକୁ ପଡିବ।ତେବେ ଏମିରେଟ୍ସ କ୍ରିକେଟ୍ Platinumlist.net ରେ ଭାରତ-ପାକିସ୍ତାନ ସମେତ ଏସିଆ କପର ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି କରୁଛି । ଏହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ଆବୁଧାବିରେ ହେବାକୁ ଥିବା ମ୍ୟାଚ୍ ପାଇଁ ଗୋଟିଏ ଟିକେଟ୍ କିଣାଯାଇପାରିବ । ହେଲେ ଦୁବାଇରେ ହେବାକୁ ଥିବା ମ୍ୟାଚ୍ ପାଇଁ ଆପଣଙ୍କୁ ସମସ୍ତ ୭ଟି ମ୍ୟାଚର ଏକ ପ୍ୟାକେଜ୍ କିଣିବାକୁ ପଡିବ, ଯାହାର ମୂଲ୍ୟ ୩ ଲକ୍ଷ, ୨୫ ହଜାର ଟଙ୍କା ଯାଏଁ ରହିଛି ।ଏସିଆ କପ୍ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ୧୨୪୭ ଟଙ୍କାରୁ ଆରମ୍ଭ ହୁଏ କିନ୍ତୁ ଭାରତର ମ୍ୟାଚର ଦାମ୍ ବହୁତ ଅଧିକ । ଭାରତ-ପାକିସ୍ତାନ ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବ ଏବଂ ଯଦି ଆପଣ ଏଠାରେ ମ୍ୟାଚ୍ ଦେଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍ କିଣିବାକୁ ପଡିବ ଯାହାର ମୂଲ୍ୟ ୩୫ ହଜାର ପର୍ଯ୍ୟନ୍ତ ରହିଛି ।ତେବେ ଏହି ଟଙ୍କା ଦେଇ ଫ୍ୟାନ୍ସ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ବ୍ୟତୀତ ଆପଣ ଦୁବାଇରେ ହେବାକୁ ଥିବା ଆହୁରି ୬ଟି ମ୍ୟାଚ୍ ଦେଖିପାରିବେ । ଏହି ମ୍ୟାଚ୍ଗୁଡ଼ିକରେ ଆପଣ ଭାରତ ଏବଂ UAE, ସୁପର ଫୋର୍ ର B1 vs B2, A1 vs A2, A1 vs B1, A1 vs B2 ଏବଂ ଫାଇନାଲ୍ ମ୍ୟାଚ୍ ଦେଖିପାରିବେ । ଏହି ସମ୍ପୂର୍ଣ୍ଣ ପ୍ୟାକେଜ୍ରେ ଗ୍ରାଣ୍ଡ ଲାଉଞ୍ଜର ମୂଲ୍ୟ ୭୩ ହଜାର ଟଙ୍କାରୁ ୩ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ୪ ସେପ୍ଟେମ୍ବରରେ ଦୁବାଇ ଯାତ୍ରା କରିବ । ଅଭ୍ୟାସ ମ୍ୟାଚ୍ ୫ ସେପ୍ଟେମ୍ବରରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟ ୯ ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ଆୟୋଜକ ୟୁଏଇ ବିପକ୍ଷରେ ହେବ । ଦ୍ୱିତୀୟ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ଏବଂ ଶେଷ ମ୍ୟାଚ୍ ୧୯ ସେପ୍ଟେମ୍ବରରେ ଓମାନ ବିପକ୍ଷରେ ହେବ