ହନୁମାନ ମନ୍ଦିରରୁ ୫ କେଜି ରୂପା ଗଦା ଚୋରି ଘଟଣା : ୨ ଗିରଫ ସହ ଗଦା ଜବତ ଏବଂ ଜବତ ଗଦା ଗ୍ରାମବାସୀ ଙ୍କୁ ହସ୍ତାନ୍ତର

ଛତ୍ରପୁର, ୦୪/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଛତ୍ରପୁର ବ୍ଲକ୍‌ର ଭିକାରୀ ପଲି ପଞ୍ଚାୟତ ଅନ୍ତର୍ଗତ ଲଣ୍ଡା ବାଉଁଶ ଗ୍ରାମର ହନୁମାନ ମନ୍ଦିରରୁ ୫ କେଜି ରୂପା ଗଦା ଚୋରି ଘଟଣା ସାମ୍ନାକୁ ଆସିଛି। ଗତ ସୋମବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ମନ୍ଦିରରୁ ଏହି ମୂଲ୍ୟବାନ ଗଦା ଚୋରି କରି ଫେରାର ହୋଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୫ କେଜି ରୂପା ଗଦା ଜବତ କରିଛି। ଅଭିଯୁକ୍ତଙ୍କୁ ଜେରା କରାଯାଉଛି ଏବଂ ମୁଖ୍ୟ ଅଭିଯୁକ୍ତ ମାନେ ସନ୍ତୋଷ ଗୌଡ଼ (୪୬), ଶିବ ସାହୁ (୨୫) ଙ୍କୁ ଗିରଫ କରାଯାଇଛି । ଅନ୍ୟ ସମ୍ପୃକ୍ତଙ୍କ ସନ୍ଧାନରେ ତଦନ୍ତ ଜାରି ରହିଛି। ଏହି ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏ ନେଇ ଛତ୍ରପୁର ଥାନା ରେ କେଶ୍ ନମ୍ବର ୫୯୫/୨୫ ପୁଲିସ ଘଟଣାର ଗଭୀର ତଦନ୍ତ କରୁଛି ଏବଂ ଅନ୍ୟପଟେ ଛତ୍ରପୁର ପୋଲିସ ଦ୍ଵାରା ୫ କେଜି ର ଗଦା କୁ ଉଦ୍ଧାର କରି ଗ୍ରାମବାସୀ ଙ୍କୁ ହସ୍ତାନ୍ତର କରାଯାଇଛି ।