୬ ରୁ ୭ ପୂଜାମଣ୍ଡପ କରିପାରିବେ ବଡ ତୋରଣ, ୨୫ ରୁ ୩୦ ପୂଜାମଣ୍ଡପ କରିପାରିବେ ରୋଡ କ୍ରସ୍ ତୋରଣ

କଟକ : କଟକ ଦୁର୍ଗାପୂଜାରେ ତୋରଣ ଓ ଲାଇଟ ଗେଟ ନିର୍ମାଣକୁ ନେଇ ବଢିଲା ସମ୍ଭାବନା । ୬ ରୁ ୭ ଟି ପୂଜା ମଣ୍ଡପ ବଡ ତୋରଣ ଏବଂ ୨୫ ରୁ ୩୦ଟି ପୂଜା ମଣ୍ଡପ ରୋଡକୁ କ୍ରସ୍ କରି ବା ରାସ୍ତାର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବ ପର୍ଯ୍ୟନ୍ତ ତୋରଣ ଓ ଲାଇଟ ଗେଟ କରିବା ପାଇଁ ପ୍ରଶାସନକୁ ଅବଗତ କରାଇଥିବା କୋର୍ଟଙ୍କୁ ଅବଗତ କରିଛନ୍ତି କଟକ ଜିଲ୍ଲାପାଳ । ତେବେ ବଡ ତୋରଣ ନିର୍ମାଣ ପୂର୍ବରୁ ସେହି ମଣ୍ଡପ ଗୁଡ଼ିକୁ ସିଂଙ୍ଗଲ ଇଣ୍ଡୋ ବ୍ୟବସ୍ଥାରେ ଆବେଦନ କରିବେ । ଏହା ପରେ ସେମାନଙ୍କୁ ପ୍ରେଭିଜାଲ ଏନଓସି ପ୍ରଦାନ କରାଯିବ । ଜିଲ୍ଲା ପ୍ରଶାସନର ବୈଷୟିକ ଟିମ ଏହି ତୋରଣ ଗୁଡ଼ିକର ସ୍ଥିତି ଜାଞ୍ଚ କରିବ । ସନ୍ତୁଷ୍ଟ ହେଲେ ସେହି ମଣ୍ଡପଗୁଡ଼ିକୁ ପୂର୍ଣ୍ଣ ଏନଓସି ଦିଆଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି କଟକ ଜିଲ୍ଲାପାଳ ।ଶବ୍ଦ ପ୍ରଦୁଷଣକୁ ୬୫ ଡେସିବିଲ ମଧ୍ୟରେ ସୀମିତ ରହିବଏହା ବ୍ୟତିତ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ପ୍ରତି ୧୦ ରୁ ୧୨ ଟି ମଣ୍ଡପ ପାଇଁ ଜଣେ ଲେଖାଏଁ ଅଫିସର ନିୟୋଜିତ କରାଯିବା କଥା ମଧ୍ୟ କୋର୍ଟଙ୍କୁ ଜଣାଇଛନ୍ତି ଜିଲ୍ଲାପାଳ । ସେପଟେ ପୂଜାପରେ ବାଉଁଶ ତିଆରି ନିର୍ମାଣକୁ ଯଥା ଶିଘ୍ର ହଟାଇବା ପାଇଁ ବ୍ୟବସ୍ଥା କରାଯିବ । ସେଗୁଡ଼ିକୁ ରାତି ସମୟରେ ହିଁ ହଟାଯିବା ପାଇଁ ବ୍ୟବସ୍ଥା କରାଯିବ। ଏନେଇ ସାନି SOP ଜାରି କରାଯିବ ବୋଲି ଜିଲ୍ଲାପାଳ କୋର୍ଟଙ୍କୁ ଅବଗତ କରାଇଛନ୍ତି । ପୂଜା ସମୟରେ ଶବ୍ଦ ପ୍ରଦ୍ୟୁଷଣକୁ ୬୫ ଡେସିବିଲ ମଧ୍ୟରେ ସୀମିତ ରଖିବା ସହ ଶବ୍ଦ ପ୍ରଦୁଷଣ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ କୋର୍ଟ ।ହାଇକୋର୍ଟ ଆଡଭୋଟ କମିଟି ସଦସ୍ୟ ବିଭୁତି ଚୌଧୁରୀଙ୍କ କହିବା ଅନୁଯାୟୀ, ଜିଲ୍ଲା ପ୍ରଶାସନ ଏବଂ ଶାନ୍ତି କମିଟି ସମସ୍ତ ପୂଜା କମିଟି ସହ ଆଲୋଚନା କରିଛନ୍ତି । ପୂଜା ପାଇଁ ଏକ ଏସଓପି ଜାରି କରାଯାଇଛି । କଟକ ସହରରେ ପାଖାପାଖି 6ଟି ବ଼ଡ ଗେଟ ଏବଂ 25ଟି ମଧ୍ୟମ ଗେଟ ହୋଇଛି । ସମସ୍ତେ ଏହି ଏସଓପି ନିୟମ ମାନି କାମ କରିବେ । ରାସ୍ତଘାଟ କାମ ଠିକ ସମୟରେ ସାରିବା, ସହରରେ 24 ଘଣ୍ଟିଆ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଏହା ବ୍ୟତୀତ ଶବ୍ଦ ପ୍ରଦୂଷଣ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଭସାଣୀ ସମୟରେ ଦେବୀଗଡାଠାରେ 6ଟି କୃତ୍ରିମ ପୋଖରୀ କରାଯାଇ ବିସର୍ଜନ କରାଯିବ ।ଶାରଦୀୟ ଦୁର୍ଗାପୂଜାକୁ ଆଉ ମାତ୍ର ଦିନ କେଇଟା ବାକି। କିନ୍ତୁ କେବଳ ମୂର୍ତ୍ତି ତିଆରିକୁ ବାଦ ଦେଲେ କଟକରେ ପୂଜା ସମୟରେ ଦେଖିବାକୁ ମିଳୁଥିବା ତୋରଣ କିମ୍ବା ଆଲୋକ ସଜ୍ଜାକୁ ନେଇ ଏପର୍ଯ୍ୟନ୍ତ ବିଶେଷ କିଛି ପ୍ରସ୍ତୁତି ଆରମ୍ଭ ହୋଇ ପାରିନାହିଁ । ସୁରକ୍ଷିତ ଓ ଶୃଙ୍ଖଳିତ ଢଙ୍ଗରେ ପୂଜା ଆୟୋଜନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ କଟକ ଜିଲ୍ଲା ପ୍ରଶାସନ ରୋଡ କ୍ରସିଂ ବା ରାସ୍ତାର ଗୋଟିଏ ପାର୍ଶ୍ବରୁ ଅପରପାର୍ଶ୍ବ ପର୍ଯ୍ୟନ୍ତ ତୋରଣ ଓ ଲାଇଟ ଗେଟ ଇତ୍ୟାଦିର ନିର୍ମାଣ ଉପରେ କଟକଣା ଜାରି କରିଥିଲେ । ତେଣୁ କୌଣସି ପୂଜା କମିଟି ତୋରଣ କିମ୍ବା ଆଲୋକ ସଜ୍ଜା ନେଇ କିଛି ବି କାର୍ଯ୍ୟକ୍ରମ ହାତକୁ ନେଇ ନାହାଁନ୍ତି।କଟକ ସହରରେ ଆରମ୍ଭ ହୋଇନି ତୋରଣ କାମଚଳିତ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗାପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ । ସହରର କିଛି କିଛି ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପାଇଁ ନଡା ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଉ କିଛି ମଣ୍ଡପରେ ମୂର୍ତ୍ତିର ଏକ ମାଟିଆ କାର୍ଯ୍ୟ ଶେଷ ହୋଇଛି । କିନ୍ତୁ ତୋରଣ ବା ଲାଇଟ ଗେଟ ତିଆରି କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ । କାରଣ ସହରର ସଂଙ୍କିର୍ଣ୍ଣ ଅଞ୍ଚଳ ଗୁଡ଼ିକରେ ରାସ୍ତାର ଗୋଟିଏ ପାର୍ଶ୍ବରୁ ଅପରପାର୍ଶ୍ବ ପର୍ଯ୍ୟନ୍ତ କୌଣସି ତୋରଣ କିମ୍ବା ଲାଇଟ ଗେଟ ତିଆରି ହୋଇ ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ପ୍ରଶାସନିକ ଅନୁମତି ମିଳୁନଥିବାରୁ ପୂଜା କମିଟିଗୁଡ଼ିକ ତୋରଣ ଓ ଲାଇଟ ଗେଟ ତିଆରି କରି ପାରି ନାହାନ୍ତି ।ସେହିପରି ସୁରକ୍ଷିତ ଓ ଶୃଙ୍ଖଳିତ ପୂଜା ଆୟୋଜନକୁ ନେଇ ହାଇକୋର୍ଟ ଗୁରୁତ୍ବ ଆରୋପ କରିଛନ୍ତି । କିନ୍ତୁ ରାସ୍ତାର ଗୋଟିଏ ପାର୍ଶ୍ବରୁ ଅପରପାର୍ଶ୍ବ ପର୍ଯ୍ୟନ୍ତ ତୋରଣ କିମ୍ବା ଲାଇଟ ଗେଟ ତିଆରି ଉପରେ ହାଇକୋର୍ଟ କିଛି କହିନଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶକୁ ସଠିକ ଭାବେ ତର୍ଜମା ନ କରି କଟକଣା ଜାରି କରାଯାଇଥିବାରୁ ଏହି ଦ୍ବନ୍ଦ ଉପୁଜିଛି ବୋଲି କହିଛନ୍ତି ସିଡିଏ ସେକ୍ଟର ୬ ପୂଜା କମିଟିର ସଭାପତି ତଥା ବରିଷ୍ଠ ଆଇନଜିବୀ ସୌରଚନ୍ଦ୍ର ମହାପାତ୍ର ।ଗତବର୍ଷ ଖାନନଗର ପୂଜା କମିଟିର ଏକ ଲାଇଟ ଗେଟ ରାସ୍ତା ଉପରେ ଭାଙ୍ଗି ପଡ଼ିବାରୁ ଅନେକ ଯାନବାହାନ ଏହା ତଳେ ଚାପି ହୋଇ ଯାଇଥିଲା । ଚଳିତବର୍ଷ କଟକ ଦୁର୍ଗାପୂଜା ସମ୍ପର୍କିତ ମାମଲା ଶୁଣାଣି ସମୟରେ ଏହି ଘଟଣା ବାବଦରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଫଳସ୍ବରୂପ ପୂଜାକୁ ସୁରକ୍ଷିତ ଏବଂ ଶୃଙ୍ଗଳିତ କରିବା ସହ ଶବ୍ଧ ପ୍ରଦ୍ୟୁଷଣ, ରାସ୍ତାଘାଟର ମରାମତି, ପରିମଳ ଓ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଉପରେ ନଜର ରଖିବା, ବିଶେଷ କରି ମଣ୍ଡପ ତଥା ତୋରଣଗୁଡ଼ିକର ସୁରକ୍ଷା ଏବଂ ରାସ୍ତାଘାଟକୁ ଅବରୋଧ ମୁକ୍ତ କରିବା ଲାଗି ବ୍ୟବସ୍ଥା କରିବାକୁ କୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର କମିଶନରେଟ ପୋଲିସର ପୂଜା ପ୍ରସ୍ତୁତି ବୈଠକରେ ଅନ୍ୟ ପ୍ରସଙ୍ଗ ସହିତ ନିର୍ଦ୍ଧିଷ୍ଟ ଭାବେ ତୋରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲାଲ । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷରେ ପାଳନ କରିବା ସହ ଆଇନର ପରିଧି ଭିତରେ ରହି କଟକ ଦଶହରାର ପରମ୍ପରା ଓ ଆକର୍ଷଣକୁ ବଜାୟ ରଖାଯିବ ବୋଲି ସମସ୍ତେ ସହମତି ପ୍ରକାଶ କରିଥିଲେ ।ଏ ନେଇ ଖାନନଗର ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି, ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ଆମେ ସ୍ୱାଗତ କରୁଛୁ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ତୋରଣ, ଗେଟ କରିବୁ । ଏବର୍ଷ ଦୁର୍ଗା ପୂଜା ଖୁବ ଭଲରେ ହେବ ।ପୋଲିସ କମିଶନର ଦେବଦତ୍ତ ସିଂ କହିଛନ୍ତି, ପୂଜା କମିଟି ନିୟମ ଅନୁସାରେ ତୋରଣ କରିବାକୁ ରାଜି ହୋଇଛନ୍ତି । ଏହା ଅତ୍ୟନ୍ତ ଖୁସିର କଥା । ଲୋକେ 9 ଦିନ ବ୍ୟାପି କିପରି ଆନନ୍ଦରେ ପୂଜାକୁ ଉପଭୋଗ କରିବେ ସେଥିପାଇଁ ଆମେ ଚେଷ୍ଟା କରିବୁ ।