
ରାଇରଙ୍ଗପୁର (ଶ୍ଯାମଳେନ୍ଦୁ ପରିଡା) : ଦୈନିକ ଖବରକାଗଜ ସମ୍ବାଦ ଆମ ଓଡିଶା´ ତରଫରୁ ପ୍ରତିବର୍ଷ ଆୟୋଜିତ ହୋଇଥାଏ ଛାତ୍ରଛାତ୍ରମାନଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗିତା, ଯଦ୍ବାରା ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ପ୍ରତିଯୋଗିତା ମନୋଭାବ ପ୍ରକଟ ହୋଇଥାଏ l ଏହି ପରିପ୍ରେକ୍ଷୀରେ ସମ୍ବାଦ ଆମ ଓଡିଶା´ ତରଫରୁ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ଥ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟ ପରିସରରେ ପ୍ରଥମ ରୁ ପଞ୍ଚମ ମଧ୍ଯରେ ଚିତ୍ରାଙ୍କନ, ଷଷ୍ଠ ରୁ ଅଷ୍ଠମ ମଧ୍ଯରେ ହସ୍ତାକ୍ଷର ଓ ନବମ ଏବଂ ଦଶମ ମଧ୍ଯରେ ଭାଷାଜ୍ଞାନ ପ୍ରତିଯୋଗିତା ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାରକାନ୍ତ ମହାନ୍ତଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଭାଷାଜ୍ଞାନରେ ସମୁଦାୟ ୧୦୮ ଜଣ, ହସ୍ତାକ୍ଷରରେ ସମୁଦାୟ ୧୧୪ ଜଣ ଓ ଚିତ୍ରାଙ୍କନରେ ସମୁଦାୟ ୪୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଭାଷାଜ୍ଞାନ ପ୍ରତିଯୋଗିତାକୁ ସାହିତ୍ଯିକ ଡକ୍ଟର ଦିଗମ୍ବର ଗିରି, ସାହିତ୍ଯିକ ତିମିର ରଂଜନ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି ଓ ଅଧ୍ଯାପକ ମାନସ କୁମାର ପରିଡା ମୂଲ୍ଯାଙ୍କନ କରିଥିଲା ବେଳେ ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାକୁ ଚିତ୍ରକର ପ୍ରଣବ କୁମାର ମହାନ୍ତ ଓ ଇଂଜିନିୟର ସାର୍ଥକ ପଣ୍ଡା ମୂଲ୍ଯାଙ୍କନ କରିଥିଲେ l କୁତୀପ୍ରତିଯୋଗୀମାନଙ୍କ ମଧ୍ଯରେ ହସ୍ତାକ୍ଷର ରେ ପ୍ରଥମ ସୁଶ୍ରୀ ଜ୍ଯୋତିମୟୀ ମହାନ୍ତ, ଅଷ୍ଟମ ଶ୍ରେଣୀ , ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର , ରାଇରଙ୍ଗପୁର, ଦ୍ବିତୀୟ ସୁଶ୍ରୀ ଭୂମିକା ମହାନ୍ତ, ଅଷ୍ଟମ ଶ୍ରେଣୀ , ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର , ରାଇରଙ୍ଗପୁର, ଓ ତୁତୀୟ କୁମାରୀ ପୂଜା ମୁଣ୍ଡା , ଷଷ୍ଠ ଶ୍ରେଣୀ, ସରକାରୀ ବାଳିକା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ, ରାଇରଙ୍ଗପୁର ଅଧିକାର କରିଥିଲା ବେଳେ ଚିତ୍ରାଙ୍କନରେ ପ୍ରଥମ ମଣିକଣ୍ଠ ଗିରି, ଚତୁର୍ଥ ଶ୍ରେଣୀ, ରିଚାର୍ଡ ମିଶନ ସ୍କୁଲ, ରାଇରଙ୍ଗପୁର, ଦ୍ବିତୀୟ ତନୁଶ୍ରୀ ବେହେରା, ପଞ୍ଚମ ଶ୍ରେଣୀ , ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର, ରାଇରଙ୍ଗପୁର ଓ ତୁତୀୟ ଶିବ୍ଯାଶ୍ରୀ ମହାନ୍ତ, ତୁତୀୟ ଶ୍ରେଣୀ , ଲିଟିଲ ପ୍ଲାୱାର ସ୍କୁଲ , ରାଇରଙ୍ଗପୁର ଅଧିକାର କରିଥିଲେ l ସେହିପରି ଭାଷାଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ପ୍ରାଚୀ ମିଶ୍ର , ଦଶମ ଶ୍ରେଣୀ, ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର , ରାଇରଙ୍ଗପୁର, ଦ୍ବିତୀୟ ଶୁଭଙ୍କର ମହାନ୍ତ, ନବମ ଶ୍ରେଣୀ, ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର, ରାଇରଙ୍ଗପୁର ଓ ତୁତୀୟ ସମୀର ମଣ୍ଡଳ, ନବମ ଶ୍ରେଣୀ, ସରକାରୀ ଉଚ୍ଚ ବିଦ୍ଯାଳୟ, ରାଇରଙ୍ଗପୁର ଅଧିକାର କରିଥିଲେ l ପୁରସ୍କାର ବିତରଣ ପର୍ବରେ ପ୍ରଥମ ପୁରସ୍କାର ଭାବେ ବ୍ଯାଗ୍ , ଦ୍ବିତୀୟ ପୁରସ୍କାର ଭାବେ ଟିଫିନ ବକ୍ସ ଓ ତୁତୀୟ ପୁରସ୍କାର ଭାବେ ପାଣି ବୋତଲ ଦେଇ ପୁରସ୍କୁତ କରାଯାଇଥିଲା l ଏଥିରେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ବିଦ୍ଯାଳୟ ମାନଙ୍କରୁ ଛାତ୍ରଛାତ୍ରୀ ବହୁସଂଖ୍ଯାରେ ଯୋଗ ଦେଇଥିଲା ବେଳେ ଅବିଭାବକଅବିଭାବିକା ଓ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ଏହି ଭବ୍ଯ କାର୍ଯ୍ଯକ୍ରମରେ ଅଧ୍ଯାପକ ବିଜୟ କୁମାର ରାମ, ସମାଜସେବୀ ଗତିକୁଷ୍ଣ ମହାନ୍ତ ଓ ସାହିତ୍ଯପ୍ରେମୀ ଶ୍ଯାମଳେନ୍ଦୁ ପରିଡା ପ୍ରମୁଖ ସାହାଯ୍ଯ ଓ ସହଯୋଗ କରିଥିଲେ l