ପିଲାଙ୍କ ସଇତାନୀ ବୁଦ୍ଧି, ସାଙ୍ଗଙ୍କ ଆଖିରେ ଅଠା ଲଗାଇ ଦେଲେ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲଗୁଡ଼ା ସେବାଶ୍ରମ ସ୍କୁଲର ପଞ୍ଚମ ଓ ଚତୁର୍ଥ ଶ୍ରେଣୀରେ ୮ ଜଣ ଛାତ୍ରଙ୍କ ଆଖିରେ ଫେବିକୁଇକ ପକାଇ ଦେଲେ ସହପାଠୀ ଛାତ୍ର ।ଗୁରୁବାର ରାତି ୯ଟାର ଘଟଣା । ସମସ୍ତେ ଖାଇ ପିଇ ଶୋଇଥିବା ବେଳେ କିଛି ଛାତ୍ର ଶଶାଙ୍କ କହଁର, ଆରତ ମଲ୍ଲିକ, ଆୟୁଷ କହଁର, ହାଡିବନ୍ଧୁ ମଲ୍ଲିକ, ଅନୁଭବ କହଁର, ସମୀର କହଁର,ସମ୍ବିତ କହଁର ଓ ସମୀର କହଁର ଏହି ୮ ଛାତ୍ରଙ୍କ ଆଖିରେ ଫେବିକୁଇକ ଅଠା ଲଗାଇଥିବା ଅଭିଯୋଗ ହୋଇଛି l ଗୁରୁତର ଅବସ୍ଥାରେ ପ୍ରଥମେ ଗୋଚ୍ଛାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା l ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୭ଜଣ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା I ଏବେ ସମସ୍ତଙ୍କ ଅବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି Iଏହି ସେବାଶ୍ରମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି l ୧୭୯ ଜଣ ଛାତ୍ର ଛାତ୍ରୀ ଆଶ୍ରମରେ ରହି ପାଠ ପଢୁଛନ୍ତି । ଦାୟିତ୍ବରେ ଅଛନ୍ତି ଦୁଇ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ରହିଛନ୍ତି I ନିକଟରେ ଥିବା ଏକ ଦୋକାନକୁ ଯାଇ ପିଲାମାନେ ବହିରେ ଅଠା ଲଗାଇବା ପାଇଁ ଫେଭିକ୍ବିକ୍ ଆଣିଥିଲେ I ସାଙ୍ଗମାନେ ରାତିରେ ଶୋଇଥିବା ବେଳେ ମଜାରେ ମଜାରେ ସେମାନଙ୍କ ଆଖିରେ ଅଠା ଲଗାଇ ଦେଇଥିବା କହିଛନ୍ତି I ଏହି ଘଟଣା ଜାଣିବା ପରେ ପରିବାର ଲୋକେ ନିଜ ଛୁଆଙ୍କୁ ଭେଟିବା ପାଇଁ ଆସି ଥିଲେ I ଯଦି ନିଜ ପିଲାଙ୍କ ଆଖି କିଛି ହେବ ତେବେ କିଏ ଏଥିପାଇଁ ଦାୟୀ ରହିବେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି I ବହୁ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟକୁ ଆସୁ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ Iସେପଟେ ଘଟଣାକୁ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ କହିଛନ୍ତି କି ଛାତ୍ରମାନେ କିପରି ଅଠା ଆଣିଲେ ଆଉ ଏପରି କାଣ୍ଡ ଘଟାଇଲେ ସେମାନେ ଜାଣି ନାହାନ୍ତି I ଅନ୍ୟ ପାକ୍ଷରେ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର । ତେବେ ଆମେ ଏଠାରେ କେବଳ ଏତିକି କହିପାରିବୁ ଏତେ ଛୋଟ ପିଲା କେଉଁ ଜିନିଷର କିପରି ବ୍ୟବହାର କରିବା ଉଚିତ୍ ତାହା ସେମାନେ ଠିକ୍ ଭାବରେ ଜାଣି ନାହାନ୍ତି । ତେଣୁ ସେମାନଙ୍କ ଉପରେ ସବୁବେଳେ ନଜର ରଖିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ବ ।