
ବରେଲି (ଉତ୍ତର ପ୍ରଦେଶ): ପ୍ରେମାନନ୍ଦ ମହାରାଜଙ୍କ ଉପରେ ବୟାନ ଦେବା ପଡିଲା ମହଙ୍ଗା । ବଲିଉଡ ଅଭିନେତ୍ରୀ ଦିଶା ପାଟାନୀଙ୍କ ଘର ବାହାରେ ଫୁଟିଲା ଗୁଳି । ଶୁକ୍ରବାର ଭୋର ସମୟରେ ଉତ୍ତରପ୍ରଦେଶର ବରେଲିର ସିଭିଲ ଲାଇନ୍ସରେ ଥିବା ଦିଶା ପାଟାନୀଙ୍କ ବାସଭବନ ବାହାରେ ଏହି ଘଟଣା ଘଟିଛି । ଦୁଇ ଜଣ ଅଜଣା ବ୍ୟକ୍ତି ଏହି କାଣ୍ଡ ଭିଆଇଥିବା ଜଣାପଡିଛି । ଏଥିରେ କେହି ଆହତ ହୋଇନଥିବା ବେଳେ ପୋଲିସ ମାମଲା ରୁଜୁ କରିଛି ଏବଂ ପରିବାର ସଦସ୍ୟଙ୍କ ସୁରକ୍ଷାକୁ ନେଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଯୋଜିତ କରାଯାଇଛି । ସେପଟେ ଏହି ଘଟଣା ହିନ୍ଦୁ ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ଏବଂ ଅନିରୁଦ୍ଧଆଚାର୍ଯ୍ୟ ମହାରାଜଙ୍କ ଉପରେ ଦେଇଥିବା ବୟାନକୁ ନେଇ ଘଟାଯାଇଛି । ରିପୋର୍ଟ ଅନୁସାରେ, ଘଟଣା ପଛରେ ଗୋଲ୍ଡି ବରାର ଗ୍ୟାଙ୍ଗର ହାତ ଥିବା ଜଣାପଡିଛି ।ଘଟଣା ପଛରେ ଗୋଲ୍ଡି ବରାର ଗ୍ୟାଙ୍ଗର ହାତରିପୋର୍ଟ ଅନୁସାରେ, ହିନ୍ଦୀରେ ଲେଖାଯାଇଥିବା ପୋଷ୍ଟରେ ବିରେନ୍ଦ୍ର ଚରଣ ଓ ମହେନ୍ଦ୍ର ଶରଣ ଦୁଇ ବ୍ୟକ୍ତି ଏହି ଘଟଣା ଘଟାଇଥିବା କହିଛନ୍ତି । ଏଥିରେ ଏହା ଲେଖାଯାଇଥିଲା, ” ସମସ୍ତ ଭାଇଙ୍କୁ ଜୟ ଶ୍ରୀରାମ । ମୁଁ ବୀରେନ୍ଦ୍ର ଚରଣ, ମହେନ୍ଦ୍ର ଶରଣ । ଭାଇମାନେ ଆଜି ଖୁସୁବୁ ଓ ଦିଶା ପାଟାନୀଙ୍କ ଘର ବାହାରେ ଯେଉଁ ଗୁଳିମାଡ଼ ହୋଇଥିଲା ତାହା ଆମେ କରିଛୁ । ସେମାନେ ଆମର ପୁଜ୍ୟ ଗୁରୁ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧଆଚାର୍ଯ୍ୟ ମହାରାଜଙ୍କଙ୍କ ଅପମାନ କରିଥିଲେ । ସେମାନେ ଆମର ସନାତନ ଧର୍ମକୁ ଅପମାନ କରିଛନ୍ତି । ଆମର ଦେବା-ଦେବୀଙ୍କ ଅପମାନ ଆମେ ସହ୍ଯ କରିବୁ ନାହିଁ । ଏହା ଏକ ଟ୍ରେଲର ଥିଲା । ଆଗାମୀ ଦିନରେ ଯଦି କେହି ଆମ ଧର୍ମକୁ ଅନାଦର କରନ୍ତି । ତେବେ ତାଙ୍କ ଘରେ କେହି ଜୀବତ ରହିବେ ନାହିଁ । ଏହି ବାର୍ତ୍ତା କେବଳ ତାଙ୍କ ପାଇଁ ନୁହଁ , ବରଂ ଫିଲ୍ମ ଉଦ୍ୟୋଗ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କ ପାଇଁ । ଭବିଷ୍ୟତରେ ଆମର ଧର୍ମ ଏବଂ ସନ୍ଥଙ୍କ ବିରୁଦ୍ଧରେ ଗଲେ, ତାର ପରିଣାମ ଭୋଗିବାକୁ ମଧ୍ୟ ପ୍ରସ୍ତୁତ ରୁହ । ଆମେ ଆମର ଧର୍ମ ରକ୍ଷା ପାଇଁ କୌଣସି ସ୍ତରକୁ ମଧ୍ୟ ଯିବାକୁ ପ୍ରସ୍ତୁତ ଅଛୁ । ଆମ ପାଇଁ ଆମର ସମାଜ, ଧର୍ମ ଗୋଟିଏ ଅଟେ । ଏହାର ରକ୍ଷା ଆମର ପ୍ରଥମ କର୍ତ୍ତବ୍ଯ ।”ଦିଶା ପାଟାନୀଙ୍କ ବାପାଙ୍କ ପ୍ରତିକ୍ରିୟାଘଟଣା ନେଇ ଦିଶା ପାଟାନୀଙ୍କ ବାପା ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଜଗଦୀଶ ସିଂ ପାଟାନୀ କହିଛନ୍ତି, “ମୋ ଝିଅର ବୟାନକୁ ବିକୃତ ଭାବରେ ଉପସ୍ଥାପନ କରାଯାଇଛି । ଆମେ ସନାତନ ଧର୍ମର ଅନୁଗାମୀ । ଏହା ଯୋଗୀ ଜୀଙ୍କ ପ୍ରଦେଶ । ଏହି ପ୍ରକାରର ଗୁଣ୍ଡାଗିରିକୁ ସମ୍ପୂର୍ଣ୍ଣ ଭାବରେ ରୋକିବା ଉଚିତ । ଗୁଳିକାଣ୍ଡରେ ଆମେ ସମସ୍ତେ ଭୟଭୀତ ହୋଇଗଲୁ । ମୁଁ ମଧ୍ୟ ନିଦରୁ ଉଠିଗଲି । ମୁଁ ମଧ୍ୟ ବାହାରକୁ ଆସିବାକୁ ଚେଷ୍ଟା କଲି । କୌଣସି ପ୍ରକାରେ ଆମେ ଆଶ୍ରୟ ନେଇ ବଞ୍ଚିଗଲୁ । ମୁଁ ଭାବୁଛି 8-10 ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା । ମୋତେ ସୋସିଆଲ ମିଡିଆ ମାଧ୍ୟମରେ ଜଣାପଡିଲା ଯେ ଗୋଲ୍ଡୀ ବ୍ରାର ଏହାର ଦାୟିତ୍ୱ ନେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।” ସେପଟେ ଏହି ସମୟରେ, ଦିଶା ପାଟାନୀ ଏହି ଘଟଣା ନେଇ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।ପୋଲିସର ପ୍ରତିକ୍ରିୟାଘଟଣା ନେଇ ବରେଲି ଏସଏସପି ଅନୁରାଗ ଆର୍ଯ୍ୟ କହିଛନ୍ତି, “ଆମେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଜଗଦୀଶ ପାଟାନୀଙ୍କ ଘର ଉପରେ 2 ଜଣ ଅଜଣା ବ୍ୟକ୍ତି ମୋଟରସାଇକେଲ ଯୋଗେ ଆସି ଗୁଳି ଚଳାଇଥିବା ସୂଚନା ପାଇଲୁ । ଖବର ପାଇ ତୁରନ୍ତ ଘଟଣାସ୍ଥଳକୁ ପୋଲିସ ଟିମ୍ ପଠାଯାଇଥିଲା । କୋତୱାଲି ଥାନାରେ ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ପରିବାର ସଦସ୍ୟଙ୍କ ସୁରକ୍ଷା ପାଇଁ ସଶସ୍ତ୍ର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏସଏସପି ଏହା ମଧ୍ୟ କହିଛନ୍ତି ଯେ ଅଧିକ ତଦନ୍ତ ପାଇଁ ଏସପି ସିଟି ଏବଂ ଏସପି କ୍ରାଇମ ଅଧୀନରେ 5 ଟି ଟିମ୍ ଗଠନ କରାଯାଇଛି । ଆମେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ମୁଁ ବ୍ୟକ୍ତିଗତ ଭାବରେ ପରିବାରକୁ ଭେଟିଥିଲି ଏବଂ ସେମାନଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲି ।”ଏହା ମଧ୍ୟ ପଢନ୍ତୁ: ଅନିରୁଦ୍ଧାଚାର୍ଯ୍ୟ ବିବାଦ; ଖୁସବୁ ପାଟନୀଙ୍କ ଲିଗାଲ୍ ୱାର୍ଣ୍ଣିଂ, ପ୍ରେମାନନ୍ଦ ମହାରାଜଙ୍କ ବୟାନ ଉପରେ ଦେଲେ ସ୍ପଷ୍ଟୀକରଣଏହା ମଧ୍ୟ ପଢନ୍ତୁ: ଝିଅମାନଙ୍କୁ ନେଇ ଅନିରୁଦ୍ଧ ଆଚାର୍ଯ୍ୟଙ୍କ ବିବାଦୀୟ ବୟାନ, ଭଡକିଲେ ଦିଶାଙ୍କ ଭଉଣୀ ଖୁସବୁପୁରା ମାମଲା କ’ଣ ?ସୂଚନା ଥାଉ କି, ନିକଟରେ ଦିଶା ପାଟାନୀଙ୍କ ଭଉଣୀ ଖୁସିବୁ ପାଟାନୀ ଆଧ୍ୟାତ୍ମିକ ଗୁରୁ ଏବଂ ଧାର୍ମିକ ବକ୍ତା ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କ ଲିଭ୍-ଇନ୍ ସମ୍ପର୍କ ଉପରେ ଝିଅମାନଙ୍କୁ ନେଇ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ଦେଇଥିଲେ । ଖୁସବୁଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ ତାଙ୍କୁ ଦେଶ ବିରୋଧୀ କହିବା ସହ ଏପରି ଉଚ୍ଚସ୍ତରୀୟ ହୀନ ଲୋକଙ୍କୁ ସମର୍ଥନ ନ କରିବାକୁ କହିଥିଲେ ।’ ଏହି ଭିଡିଓ ସାମ୍ନାକୁ ଆସିବା ପରେ କିଛି ଲୋକ ତାଙ୍କର ଏହି ଭିଡିଓକୁ ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦଜୀ ମହାରାଜଙ୍କ ବୟାନ ସହ ଯୋଡ଼ିଥିଲେ, ଯାହା ପରେ ଖୁସବୁଙ୍କୁ ସମାଲୋଚନା କରାଯାଇଥିଲା । ଯାହା ପରେ ଖୁସବୁ ନିଜ ସ୍ପଷ୍ଟୀକରଣ ଦେଇଥିଲେ । ସେ କହିଥିଲେ, ”ପ୍ରକୃତରେ ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟଙ୍କ ପାଇଁ ଥିଲା, ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦଜୀ ମହାରାଜଙ୍କ ପାଇଁ ନୁହେଁ । ମୋ ବିରୁଦ୍ଧରେ ମିଥ୍ୟା ଖବର ପ୍ରସାରିତ ହୋଇଛି ।