‘ବୋଉ ବୁଟୁ ଭୂତ’ ପରେ ପରଦାକୁ ଆସୁଛି ହରର୍-ଥ୍ରୀଲର ଫିଲ୍ମ ‘ଦର୍ପଣ’, ଟିଜର ରିଲିଜ

ଭୁବନେଶ୍ୱର: ବୋଉ ବୁଟୁ ଭୂତ ପରେ ବଡ ପରଦାକୁ ଆସିବାକୁ ଯାଉଛି ଆଉ ଏକ ଓଡ଼ିଆ ହରର୍ ଥ୍ରିଲର୍ ଭୟାନକ ଭୂତ ସିନେମା ଯାଉଛି “ଦର୍ପଣ’ । ସମାଜରେ ଦର୍ପଣ ସୋନ୍ଦର୍ଯ୍ୟକୁ ଦେଖିବା ପାଇଁ ଯେମିତି ନିତିଦିନ ଦରକାର୍ ପଡେ ଠିକ୍ ସେମିତି ସୌନ୍ଦର୍ଯ୍ୟକୁ ଖରାପ କରିବା ପାଇଁ ଭୟଙ୍କର ରୂପ ନେଇ ତାଣ୍ଡବ କରିଥାଏ । ଠିକ୍ ସେମିତି କିଛି ରହସ୍ୟମୟ କାହାଣୀକୁ ନେଇ ଆସୁଛି ‘ଦର୍ପଣ’ । ପ୍ରଥମ ଥର ସାୟନ୍ ପ୍ରଡକ୍ସନ ହାଉସ୍ ବ୍ୟାନର୍ ରେ ନିର୍ମାଣ ହୋଇଛି ପ୍ରଥମ ଓଡ଼ିଆ ହରର୍ ଥ୍ରିଲର୍ ସିନେମା “ଦର୍ପଣ” । ଯାହା ଏହି ବର୍ଷ ରିଲିଜ୍ ହେବାକୁ ଯାଉଛି ।’ଦର୍ପଣ’ କାହାଣୀଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ ଓ ଟେକ୍ନିକାଲ ସପୋର୍ଟ ଡାଇରେକ୍ଟର ଆନନ୍ଦ କୁମାର ଅଛନ୍ତି । ଏହି ଚଳଚ୍ଚିତ୍ରରେ ବଡ଼ ପରଦାରେ ପ୍ରଥମଥର ହିରୋ ହିସାବରେ ନଜର ଆସିବାକୁ ଯାଉଛନ୍ତି ନାୟକ ଭାରତ ପୁଷ୍ପରାଗ । ଭାରତ ଆଗରୁ ଓଡ଼ିଆ ସିନେମା ଶିଳ୍ପରେ ବହୁତ୍ ସାରା ମ୍ୟୁଜିକ ଭିଡିଓରେ ନିଜେ ଅଭିନୟ ଓ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ସିନେମାରେ ଆପଣ ଦୁଇ ନାୟକ ଓ ଦୁଇ ନୟିକାଙ୍କୁ ଦେଖିବାକୁ ପାଇବେ ଅଙ୍କିତ କୁମାର୍ ଓ ଭାରତ । ଅଙ୍କିତଙ୍କ ବିପକ୍ଷ ରେ ଅଛନ୍ତି ସୁନ୍ଦରୀ ତୃପ୍ତି ମିରମ୍ବିକା ଓ ଭାରତ ଙ୍କ ବିପକ୍ଷରେ ଅଛନ୍ତି ନାୟିକା ହିରଣ୍ୟମୟୀ ।

ଏହି ଷ୍ଟାର ଆସିବେ ନଜରତେବେ ଆଗରୁ ତୃପ୍ତି ଓ ଅଙ୍କିତ ବହୁତ୍ ସାରା ସିନେମା ରେ ଏବଂ ବଡ ପରଦାରେ ଅଭିନୟ କରିସାରିଛନ୍ତି । ଭାରତ ଓ ହିରନମୟୀ ମଧ୍ୟ ଆଗରୁ ମ୍ୟୁଜିକ ଭିଡିଓ ରେ ମଧ୍ୟ ଅଭିନୟ କରିଛନ୍ତି । ଏହି ଦର୍ପଣ ସିନେମା ମାଧ୍ୟମରେ ଅଙ୍କିତ୍ ଓ ତୃପ୍ତି ମିରମ୍ବିକା ଙ୍କୁ ଦେଖିବାକୁ ପାଇବେ ଏକ ଭିନ୍ନ ଦମଦାର ଚରିତ୍ରରେ । ଏଥିସହ ପ୍ରଦ୍ୟୁମ୍ନ ଲେଙ୍କା, ରାନୁ ପାଢ଼ୀ, କାଳୀ ଚରଣ , ଲଲାଟ,ପ୍ରଜ୍ଞା, ଏମିତି ବହୁତ୍ କଳାକାର ବି ନଜର ଆସିବେ ।