ଭଞ୍ଜନଗର ୩ ଅନୁଷ୍ଠାନ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ

ଭଞ୍ଜନଗର,:୧୪/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସମାଜର ଦର୍ପଣ କହିଲେ ଗୁରୁକୁ ବୁଝାଏ। ଜଣେ ଛାତ୍ରର ଉଜ୍ବଳ ଭବିଷ୍ୟତ ଜଣେ ଗୁରୁ ଉପରେ ନିର୍ଭର କରିଥାଏ। ଜ୍ଞାନର ଶେଷ କଣିକା ପର୍ଯ୍ୟନ୍ତ ସେ ତାର ଶିଷ୍ୟକୁ ଦେବା ପାଇଁ ନିରନ୍ତର ଚେଷ୍ଟିତ। ତେଣୁ ଜଣେ ଉତ୍ତମ ଗୁରୁର ସର୍ବ‌ଶ୍ରେଷ୍ଠ ବିଚାର ବୋଧ ତାର ଛାତ୍ର ‌ବୋଲି ବିବେଚନା କରାଯାଏ। ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରି ନିଜକୁ ଗୁରୁ ଭାବେେ ପ୍ରତିପାଦିତ କରିଥିବା ଲୁକାୟିତ ଗୁରୁଙ୍କୁ ସମ୍ମାନ ଜଣାଇ ଆଜି ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର, ରୋଟାରୀ କ୍ଳବ ଓ ଘୁମୁସର ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଗୁରୁପୂଜନ ଉତ୍ସବ’ କରାଯାଇଥିଲା। ସ୍ଥାନୀୟ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶାନ୍ତିସ୍ରୋତ ଭବନ ଠାରେ ସଭାପତି କୃତ୍ତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଭାରତୀ ଦେବୀ, କେଏସ୍‌ୟୁବି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ରୋଟାରୀ କ୍ଳବ ସଭାପତି ରଞ୍ଜିତ କୁମାର ବାରିକ, ଗୁପ୍ତେଶ୍ବର ସୁବୁଦ୍ଧି,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ଘୁମୁସର ଗବେଷଣା ପ୍ରତିଷ୍ଠାନ ସଭାପତି ସନ୍ତୋଷ କୁମାର ଆପଟ, ବ୍ରହ୍ମକୁମାରୀ ସନ୍ତୋଷିନୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ୪ ଜଣଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ସନ୍ତୋଷ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ସମ୍ପାଦିକା ପ୍ରଭାତି ମଞ୍ଜରୀ ବେହେରା ଅତିଥି ପରିଚୟ ‌ଓ‌ ଶୂଳପାଣି ଶତପଥୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ରୀନା ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏଥିରେ ଉପଦେଷ୍ଟା ଜଗବନ୍ଧୁ ଜେନା, ଅନୁପମ ବାନାର୍ଜି, ସହସମ୍ପାଦିକା ରୀତାରାଣୀ ମହାପାତ୍ର, କଳ୍ପନା କୁମାରୀ ପ୍ରଧାନ, ଲୋପାମୁଦ୍ରା ରଥ, ଦୀପ୍ତାଂଶୁ ପ୍ରଭାଦେବୀ, ଗୀତାଞ୍ଜଳୀ ପ୍ରଧାନ, ତପସ୍ବିନୀ ବିଷୋୟୀ, ସସ୍ମିତା ମିଶ୍ର, ବିଷ୍ଣୁପ୍ରିୟା ପତି, ସୁଜତା ସିଂ, ସୁଜତା ଦାସ, ରାଜଲକ୍ଷ୍ମୀ ସାହୁ, ସେହ୍ନଲତା ବିଷୋୟୀ, ମଦନ ମୋହନ ରଥ, ବିଭୂତି ଭୂଷଣ ଜେନା, ଅମରବିଳାଶ ବେହେରା,ଶ୍ୟାମା ପ୍ରସାଦ ମିଶ୍ର, ଅଶୋକ କୁମାର ସ୍ବାଇଁ, ମଧୁସୂଦନ ମହାପାତ୍ର, ରାମଚନ୍ଦ୍ର ମିଶ୍ର, ଦେବୀପ୍ରସାଦ ପାତ୍ର,ଜଗଦୀଶ ନାୟକ, ଶିଶିର କୁମାର ପତି, ବିଶ୍ବମ୍ବର ଜେନା, ଜଗଦୀଶ ପାଣିଗ୍ରାହୀ, ଦିଲ୍ଲିପ କୁମାର ଦାସ, ସନ୍ତୋଷ ତିଆଡି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥଲେ। ଶେଷରେ କୋଷାଧ୍ୟକ୍ଷ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।