
ଛତ୍ରପୁର ୨୦/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ମୋବାଇଲ୍ ମାଇଗ୍ରେସନ୍ ରିସୋର୍ସ ସେଣ୍ଟର (MMRC) ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି। ଏହି ପ୍ରୟାସ ପ୍ରବାସୀ, ପ୍ରବାସ ଯିବାକୁ ଚିନ୍ତା କରୁଥିବା ଓ ରହିଯାଇଥିବା ପ୍ରବାସୀ ପରିବାରଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ସଚେତନ କରିବା ସହିତ ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର କରିବ। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ଖଲ୍ଲିକୋଟ ଓ ଚିକିଟି ବ୍ଲକ୍ରେ ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ ହେବାକୁଥିବା ଏହି ପ୍ରକଳ୍ପ ଆନ୍ତର୍ଜାତୀୟ ପ୍ରବାସନ ସଂଗଠନ (IOM) ଓ ଖାଦ୍ୟ ଓ କୃଷି ସଂଗଠନ (FAO) ର ସହଯୋଗରେ ଏଡ୍ ଏଟ୍ ଏକ୍ସନ୍ (Aide et Action) ଓ wassan ଦ୍ୱାରା କାର୍ଯ୍ୟକାରୀ କରାଯାଉଛି।