ଏହା ନୂଆ ଭାରତ, ଯଦି ଆଗ ଆରମ୍ଭ କରିବ… ପାକିସ୍ତାନୀ ଟିମର ବ୍ୟବହାର ପରେ ଇରଫାନ ପଠାନ ନେଲେ ଏମିତି କ୍ଲାସ୍

ଦୁବାଇ : ଏସିଆ କପରେ ସୁପର-4 ମ୍ୟାଚରେ ପାକିସ୍ତାନକୁ ୬ ୱିକେଟରେ ହରାଇଛି ଭାରତ । ଭାରତ ଜିତିବା ପରେ ବିବାଦ ଆରମ୍ଭ ହୋଇଯାଇଛି । ମ୍ୟାଚରେ ସାହିବଜାଦା ଫରହାନଙ୍କର ସେଲିବ୍ରେସନ ଓ ହାରିସ ରାଉଫଙ୍କ ଲଜ୍ଜାଜନକ ବ୍ୟବହାର ପରେ ଭାରତରେ ବୟକଟ୍ ଦାବି ଜୋର ଧରିଲା । ସାହିବଜାଦାଙ୍କ ବ୍ୟାଟ୍ ଧରି AK-47 ଷ୍ଟାଇଲ୍ ଅଭିନୟ ଓ ହାରିସ୍ ରାଉଫଙ୍କ “6-0” ସଙ୍କେତ, ଭାରତୀୟଙ୍କୁ କ୍ଷୁବ୍ଧ କରିଛି । ହାରିସ୍ “୬-୦” ଇଙ୍ଗିତ କରିଥିଲେ। ଏହା ଅପରେସନ ସିନ୍ଦୂର ସମୟରେ ଛଅଟି ଭାରତୀୟ ଜେଟ୍ ନଷ୍ଟ କରିବାର ବିବାଦୀୟ ଦାବିକୁ ସୂଚାଇଥିଲା । ବାଉଣ୍ଡାରୀ ଲାଇନରେ ଜେଟ୍ ଖସିବାର ଇଙ୍ଗିତ କରିବା ପରେ ଭାରତୀୟ ଦର୍ଶକମାନେ “କୋହଲି, କୋହଲି” ନାରା ଲଗାଇଥିଲେ । ୨୦୨୨ ଟି-୨୦ ବିଶ୍ୱକପରେ ବିରାଟ କୋହଲି ତାଙ୍କ ବିରୁଦ୍ଧରେ ମାରିଥିବା ପ୍ରସିଦ୍ଧ ଛକାକୁ ଦର୍ଶକମାନେ ମନେ ପକାଇ ଦେଇଥିଲେ । ପ୍ରଂଶସକ ଆଇସିସି କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।ତେବେ ଏହି ମ୍ୟାଚକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟ ଇରଫାନ ପଠାନ ନିଜ ୟୁଟ୍ୟୁବ ଚ୍ୟାନେଲରେ ପ୍ରତିକ୍ରିୟା ଦେଇଛନ୍ତି । ପାକିସ୍ତାନୀ ଖେଳାଳିଙ୍କ ଏଭଳି ହରକତରେ କ୍ଲାସ ନେଇଛନ୍ତି । ଇରଫାନ କହିଛନ୍ତି, ଭାରତ ପାକିସ୍ତାନ ବିପକ୍ଷରେ କମାଲ କ୍ରିକେଟ ଖେଳିଛି । ଆମ ଟିମକୁ ଲଗାତାର ଦ୍ବିତୀୟ ବିଜୟ ମିଳିଛି । କିନ୍ତୁ ଏହି ମ୍ୟାଚରେ ଆଗ୍ରେସନ ଦେଖିବାକୁ ମିଳିଛି । ଆମେ ଚୁପଚାପ କ୍ରିକେଟ ଖେଳୁଥିବା ଖେଳାଳି ପୂର୍ବରୁ ଥିଲୁ, ଆଜି ରହିଛୁ ଏବଂ ଆଗକୁ ରହିବୁ । କିନ୍ତୁ ଯଦି ଆପଣମାନେ କିଛି ଆରମ୍ଭ କରିବେ ଆଉ ଆମେ ଚୁପ୍ ରହିବୁ, ତାହା ଭାବନ୍ତୁ ନାହିଁ । ଆମେ ନିଶ୍ଚିତ ଜବାବ ଦେବୁ । ତେଣୁ ସେ ଅଷ୍ଟ୍ରେଲିଆ ଖେଳାଳି ହୁଅନ୍ତୁ କିମ୍ବା ପାକିସ୍ତାନୀ ଖେଳାଳି ।ଏସିଆ କପ୍ ସୁପର-୪ରେ ଭାରତ ମ୍ୟାଚ ୬ ଓ୍ୱିକେଟରେ ଜିତିଥିଲା । ସୁପର ଫୋରର ଏହି ମ୍ୟାଚରେ ପାକିସ୍ତାନ ଓପନର ସାହିବଜାଦା ଫରହାନ ୪୫ ବଲରୁ ୫୮ ରନ କଲେ । ଅକ୍ଷର ପଟେଲଙ୍କ ବଲରେ ଛକା ମାରି ଅର୍ଦ୍ଧଶତକ କେଲେ ସାହିବଜାଦା । ଏହା ପରେ ଡଗଆଉଟ ଆଡକୁ ମୁହଁ କରି ବ୍ୟାଟକୁ ଏକେ-୪୭ ରାଇଫଲ ପରି ଧରି ଗୁଳି ଚଳାଇବାର ଅଭିନୟ କରିଥିଲେ । ସାମାଜିକ ଗଣମାଧ୍ୟମରେ ଏ ଫୁଟେଜ୍ ତୁରନ୍ତ ଭାଇରାଲ ହୋଇଥିଲା । ଯାହା ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି । ଗତ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ୨୬ ଜଣ ଭାରତୀୟଙ୍କୁ ହତ୍ୟା କରିଥିଲେ । ଆତଙ୍କବାଦୀ ଏକେ-୪୭ ଧରି ଆକ୍ରମଣ କରିଥିଲେ। ଫରହାନଙ୍କର ଏପରି ବ୍ୟବହାର “ଅପମାନଜନକ,” “ଅସମ୍ବେଦନଶୀଳ,” ଏବଂ ପହଲଗାମ ମୃତକଙ୍କ ପ୍ରତି “ଉପହାସ”।ସେହିପରି ପଡ଼ିଆରେ ପେସ ବୋଲର ହାରିସ ରାଉଫ ମଧ୍ୟ ସୀମା ଲଂଘିଲେ । ମ୍ୟାଚ୍ ଚାଲିଥିବା ବେଳେ ଭାରତୀୟ ଦର୍ଶକଙ୍କ ପ୍ରତି ହାରିସ୍ “୬-୦” ଇଙ୍ଗିତ କରିଥିଲେ । ଏହା ଅପରେସନ ସିନ୍ଦୂର ସମୟରେ ଛଅଟି ଭାରତୀୟ ଜେଟ୍ ନଷ୍ଟ କରିବାର ବିବାଦୀୟ ଦାବିକୁ ସୂଚାଇଥିଲା । ହାରିସ ସୀମା ରେଖା ନିକଟରେ ଜେଟ୍ ଖସିବାର ଇଙ୍ଗିତ କରିବା ପରେ ଭାରତୀୟ ଦର୍ଶକମାନେ “କୋହଲି, କୋହଲି” ନାରା ଦେଲେ । ୨୦୨୨ ଟି-୨୦ ବିଶ୍ୱକପରେ ବିରାଟ କୋହଲି ତାଙ୍କ ବିରୁଦ୍ଧରେ ମାରିଥିବା ପ୍ରସିଦ୍ଧ ଛକାକୁ ଦର୍ଶକମାନେ ମନେ ପକାଇ ଦେଇଥିଲେ । ଏହାକୁ ନେଇ ବେଶ୍ କିଛି ସମୟ ଧରି ଷ୍ଟାଡିୟମରେ ହୋହଲ୍ଲା ଦେଖିବାକୁ ମିଳିଥିଲା ।ଏହା ବ୍ୟତୀତ ପାକିସ୍ତାନୀ ବୋଲରମାନଙ୍କ ଅଣଖେଳୁଆଡ଼ ମନୋଭାବ ଏହି ମ୍ୟାଚରେ ଦେଖିବାକୁ ମିଳିଥିଲା । ଭାରତୀୟ ବ୍ୟାଟର ଶୁଭମନ ଗିଲ୍ ଓ ଅଭିଷେକ ଶର୍ମା ବ୍ୟାଟିଂ କରୁଥିବେ ବେଳେ ଶାହିନ ଆଫ୍ରିଦି, ହାରିସ ରାଉଫ ଓ ଫହିମ୍ ଅସରଫ୍ କ୍ରିଜରେ ଜାଣିଶୁଣି ସାମ୍ନାକୁ ଆସିବାରୁ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଏହାକୁ ନେଇ ବାକ ଯୁଦ୍ଧ ଦେଖିବାକୁ ମିଳିଥିଲା । ଶେଷରେ ଅମ୍ପାୟରମାନଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।