ଟର୍ଚ୍ଚ ଆଲୁଅରେ ରୋଗୀ ଚିକିତ୍ସା ଚାଲିଥିବା ଭିଡିଓ ଭାଇରଲ ପଛ ସତ କହିଲେ ଏସଡିଏମଓ

ଉଦଳା : ସରକାରୀ ମେଡ଼ିକାଲରେ ଅନ୍ଧାର । ମୋବାଇଲ ଲାଇଟରେ ଚାଲିଛି ରୋଗୀ ଚିକିତ୍ସା । ଉଦଳା ମେଡିକାଲରେ ଅନ୍ଧାରରେ ଟର୍ଚ୍ଚ ଆଲୁଅରେ ଚିକିତ୍ସା ଚାଲିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକି ମାତ୍ର ୨୬ ସେକେଣ୍ଡର ଭିଡିଓ ଭାଇରଲ ହେଉଛି। ହେଲେ ଦେଢ଼ ଘଣ୍ଟା ହେବ ଲାଇନ କଟି ଡାକ୍ତରଖାନା ଅନ୍ଧାରରେ ଥିବା କୁହାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଅନେକ ।ତେବେ ମେଡିକାଲର ମେଡିସିନ ବିଭାଗରେ ମୋବାଇଲ ଲାଇଟରେ ଚିକିତ୍ସା ପାଖାପାଖି ଦେଢ଼ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ଯେଉଁ ରୋଗୀ ସବୁ ମେଡିକାଲକୁ ଆସିଥିଲେ ସେମାନଙ୍କୁ ଏହି ଅବସ୍ଥାରେ ହିଁ ଚିକିତ୍ସା କରାଯାଇଥିଲା । ସରକାରୀ ମେଡ଼ିକାଲରେ ଅନ୍ଧାରରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ହେବା ଏବେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।ତେବେ ଏହି ଘଟଣା ବାବଦରେ ମୁହଁ ଖୋଲିଛନ୍ତି କପ୍ତିପଦା ଉପଖଣ୍ଡ ମେଡିକାଲର ଏସଡିଏମଓ । ଏସଡିଏମଓଙ୍କ କହିବା ମୁତାବକ ସୋସିଆଲ ମିଡିଆରେ ଭାଇରଲ ଭିଡିଓରେ କିଛି ସ୍ପଷ୍ଟ ହୋଇ ନାହିଁ, ଉଦଳା ମେଡିକାଲରେ ଗତକାଲି କିମ୍ବା ନିକଟ ଅତୀତରେ ଏତେ ସମୟ ଧରି କେବେ ବିଦ୍ୟୁତ କାଟ ହୋଇ ଅନ୍ଧାର ହୋଇ ନାହିଁ। ତେଣୁ ଭିଡିଓ ସତ୍ୟତା ପରଖିବା ଜରୁରୀ ବୋଲି କହିଛନ୍ତି ଏସଡିଏମଓ ।