
ଆସିକା :-୨୭/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡିଶା ଲୋକ ସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା (ଓସିଏସ ) ପରୀକ୍ଷା ଫଳ ପ୍ରକାଶ ପାଇଛି l ସେଥିରେ ଆସିକା ଅଞ୍ଚଳ ର ତିନି ଜଣ ଛାତ୍ର, ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି l ଆସିକା ଏନଏସି ଅନ୍ତର୍ଗତ ଶାସ୍ତ୍ରୀନଗର ଅଂଚଳ ର ଅବସରପ୍ରାପ୍ତ ଏବଂ ସ୍ବର୍ଗତ ବିପ୍ର ଚରଣ ତ୍ରିପାଠୀ ଓ ମାତା ଶାନ୍ତିଲତା ତ୍ରିପାଠୀ ଙ୍କ ପୁତ୍ର ଅଟନ୍ତି l ସେ ୨୦୦୮ ଠାରୁ ୨୦୨୩ ପର୍ଯ୍ୟନ୍ତ ନୌସେନା ରେ କାର୍ଯ୍ୟ କରୁଥିଲେ l ଦିନକୁ ୧୦ ଘଣ୍ଟା ପରିଶ୍ରମ କରି ୩୦୩ ରେଙ୍କ ରଖି କୃତ କାର୍ଯ୍ୟ ହୋଇଛନ୍ତି l ସେ ଲୋକ ସେବା ଦୁର୍ନୀତି ଠାରୁ ଦୁରେଇ ରହିବା ସହ ସ୍ୱଛତା ଦିଗରେ ଗୁରୁତ୍ୱ ଦେବାକୁ କହିଛନ୍ତି l ତାଙ୍କର ଏହି ସଫଳତା ପଛରେ ମା, ସ୍ତ୍ରୀ, ଗୁରୁଜନ, ସାଙ୍ଗ ସାଥି, ପୁଅ ର ସହଯୋଗ ରହିଛି l
ସେହିଭଳି ଆସିକାର କଳିଙ୍ଗ ରୋଡ ସ୍ଥିତ ବାଲାଜୀ ଆପାର୍ଟମେଣ୍ଟର ପ୍ରତିଶ୍ରୁତି ପଲାଇ ଓପିଏସସି ପରୀକ୍ଷାରେ ୧୪୨ ନମ୍ବର ରେଙ୍କ ରେ ସଫଳତାର ସହ ଉର୍ତ୍ତୀନ ହୋଇଛନ୍ତି l ତାଙ୍କର ବାପା ପ୍ରଫୁଲ କୁମାର ପୋଲାଈ ଭାରତୀୟ ଷ୍ଟେଟ ବ୍ୟଙ୍କ ରେ କାର୍ଯ୍ୟରତ ଅଛନ୍ତି l ପ୍ରତିଶ୍ରୁତି ପଲାଇ ଏଥି ପାଇଁ ଦୈନିକ ଛଅରୁ ଆଠ ଘଣ୍ଟା ପରିଶ୍ରମ କରୁଥିଲେ l ଆଗକୁ ସ୍ୱଛତା, ମହିଳା ଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦେଵେ ବୋଲି କହିଛନ୍ତି l ସଫଳତା ର ଶ୍ରେୟ ପିତା, ମାତା, ଗୁରୁଜନ, ସାଙ୍ଗ ସାଥି ମାନଙ୍କୁ ଦେଇଛନ୍ତି l
ଆସିକା ତାଳୁକା ସ୍ଥିତ ରାଜେନ୍ଦ୍ର ନଗରର ନିକିତା ପାତ୍ର ମୋଟ ୩୮୨ ନମ୍ବର ରେଙ୍କ ରଖି ସଫଳତାର ସହ ଉର୍ତ୍ତୀନ ହୋଇଛନ୍ତି l ସେହିପରି ନିକିତା ପାତ୍ର ପିତା ସୁଧୀର ପାତ୍ର ମାତା କଳ୍ପନା ଓ ପି ଏସ ସି ପରୀକ୍ଷାର ପାଇଁ ଦୈନିକ ଆଠ ରୁ ଦଶ ଘଣ୍ଟା ପରିଶ୍ରମ କରୁଥିଲେ l ନିଜର ସଫଳତା ପାଇଁ ପରିବାର ଲୋକଙ୍କୁ ଶ୍ରେୟ ଦେଇଥିବା ବେଳେ ସେମାନଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l
ବାପା ପେଶାରେ ରାଜମିସ୍ତ୍ରୀ, ମା ସୁଗୃହିଣୀ। ହେଲେ ବାପା, ମା, ଭାଇ, ଅପା ଓ ଭାଇନା ଙ୍କ ପ୍ରେରଣା ସହ ଓଡ଼ିଶା ପ୍ରଶାସନିକ ସେବା ର ଜଣେ ଅଧିକାରୀଙ୍କ ମାର୍ଗ ଦର୍ଶନ ତଥା ନିଜର କଠିନ ଅଧ୍ୟବସାୟ ଦ୍ଵାରା ସେ ପହଞ୍ଚିଛନ୍ତି ନିଜ ଲକ୍ଷ୍ୟ ସ୍ଥଳରେ । ଧରାକୋଟ ବ୍ଲକର ମୁଣ୍ଡମରାଇ ଗାଁର କୈଳାସ ଚନ୍ଦ୍ର ସାହୁ ଓ ସୁଷମା ସାହୁ ଙ୍କର ପୁଅ ରୂପକ କୁମାର ସାହୁ ଚଳିତ ବର୍ଷର ଓପିଏସସି ପରୀକ୍ଷାରେ ସଫଳତାର ସହ ୨୩୩ ନମ୍ବର ରେଙ୍କ ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ରୂପକ ଙ୍କର ଏହି ସଫଳତା ପାଇଁ ମୁଣ୍ଡମରାଇ ସମେତ ସମଗ୍ର ଧରାକୋଟ ବ୍ଲକ ଆଜି ଗର୍ବ ଅନୁଭବ କରୁଥିବା ବେଳେ ତାଙ୍କୁ ଓ ତାଙ୍କ ପରିବାର ବ