ଭଞ୍ଜନଗରରେ ମହାବିଦ୍ୟାଳୟରେ ଏଚ୍‌ଆଇଭି ଓ ଯକ୍ଷ୍ମା ନିରାକରଣ ସଚେତନତା

ଭଞ୍ଜନଗର,: ୨୭/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଏଚଆଇଭି-ଏଡ଼ସ, ଯୌନ ରୋଗ ଓ ଯକ୍ଷ୍ମା ରୋଗ ସମ୍ପର୍କରେ ଅନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନୁକୂଲ୍ୟରେ କେଏସ୍‌ୟୁବି କଲେଜରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଯୁବ ରେଡ଼କ୍ରସ ଓ ମେଡିକାଲ ପରାମର୍ଶଦାତାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଇସିଟିସିର ପରାମର୍ଶଦାତା ମଞ୍ଜୁଳା ପ୍ରଧାନ ଏବଂ ଶ୍ୟାମ ସୁନ୍ଦର ପୃଷ୍ଟି ଓ ଯକ୍ଷ୍ମା ନିରାକରଣ କେନ୍ଦ୍ରର ବେଦବ୍ରତ ପରିଡ଼ା ସାଧନ ବ୍ୟକ୍ତି ଭାବେ ଯୋଗ ଦେଇ ଏଚ୍‌ଆଇଭିର କାରଣ ଓ ନିରାକରଣ ଓ ଯକ୍ଷ୍ମା ରୋଗ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଯୁବ ରେଡ଼କ୍ରସ କାଉନସେଲର ବିଦେଶୀ କୁମାର ରାଉତ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡ.ରବୀନ୍ଦ୍ର କୁମାର ମିଶ୍ର, ଧନ୍ଦା କୈନ୍ଦ୍ରିକ ଅଧ୍ୟାପକ ଆର. ହରେଶ୍ ଓ ଅଧ୍ୟାପକ ସିମାଞ୍ଚଳ ବେହେରା ସମସ୍ତ ରେଡକ୍ରସ୍ ସ୍ବେଛାସେବୀ ଉପସ୍ଥିତ ଥିଲେ। ଉକ୍ତ ରୋଗ ସଂର୍ପକରେ ସାଧାରଣ ଜ୍ଞାନ ପ୍ରତିଯୋଗୀତା କରି ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ.ସ୍ମିତାରାଣୀ ପଣ୍ଡା,ଏନ୍‌ଏସଏସ୍‌ ନୋଡାଲ ଅଧିକାରୀ ସୂରଜ ସାମଲ, ଅଧ୍ୟାପିକା ସ୍ମିତାରାଣୀ ବେହେରାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।